ETV Bharat / state

ଢେଙ୍କାନାଳରେ ପୁଣି ୧୦ କୋରୋନା ପଜିଟିଭ - 10 corona positive in dhenkanal

ଗୁରୁବାର ପୁଣି ଢେଙ୍କାନାଳ ଜିଲ୍ଲାରୁ ୧୦ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୧କୁ ବୃଦ୍ଧି ପାଇଛି । ଏସମସ୍ତଙ୍କୁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଯାଇଛି।

dhenkanal
ଢେଙ୍କାନାଳରୁ ପୁଣି ୧୦ କୋରୋନା ପଜେଟିଭ
author img

By

Published : Jun 4, 2020, 3:26 PM IST

ଢେଙ୍କାନାଳ: ରାଜ୍ୟରେ ବଢିବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଗୁରୁବାର ପୁଣି ଢେଙ୍କାନାଳ ଜିଲ୍ଲାରୁ ୧୦ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୧କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ କଙ୍କଡ଼ାହାଡ଼ ବ୍ଳକରୁ 7ଜଣ ଓ ହିନ୍ଦୋଳ ବ୍ଳକରୁ 3 ଜଣ ଅଛନ୍ତି ।

କଙ୍କଡ଼ାହାଡ଼ ବ୍ଳକର କନ୍ଧରା ସଙ୍ଗରୋଧ କେନ୍ଦ୍ରରୁ ୫ ଜଣ ଓ ବିରିବୋଲେଇ ଓ ସୁନ୍ଦରମୁଣ୍ଡୀ ସଙ୍ଗରୋଧ କେନ୍ଦ୍ରର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ହିନ୍ଦୋଳ ବ୍ଳକ ଅନ୍ତର୍ଗତ କଣ୍ଟିମିଲି ସଙ୍ଗରୋଧ କେନ୍ଦ୍ରର 2ଜଣ ଓ ଦୁଦୁରୁକୋଟ ସଙ୍ଗରୋଧ କେନ୍ଦ୍ରର ଜଣେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ମହାରାଷ୍ଟ୍ର, ୩ ଜଣ ଗୁଜୁରାଟ , 2 ଜଣ ତାମିଲନାଡୁ ଓ ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡିଛି । ତେବେ ସମସ୍ତଙ୍କୁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.