ETV Bharat / state

ଦନ୍ତା ଆକ୍ରମଣରେ ମହିଳା ମୃତ

author img

By

Published : May 2, 2020, 8:04 PM IST

କାଜୁ ତୋଳୁଥିବା ବେଳେ ଦନ୍ତାହାତୀର ଶିକାର ହେଲେ ମହିଳା । ହାତୀଟି ତାଙ୍କୁ ପାଦରେ ଦଳି ଦେଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଅଧିକ ପଢନ୍ତୁ....

A Woman killed in elephant attack
ଦନ୍ତା ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ: କାଜୁ ଜଙ୍ଗଲରେ ମହିଳାଙ୍କୁ ଦଳିଦେଲା ଦନ୍ତା ହାତୀ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଗୁଆଗରିଆ କାଜୁଜଙ୍ଗଲରେ । ମୃତ ମହିଳା ଜଣଙ୍କ ରାସୋଳଥାନା ଅନ୍ତର୍ଗତ ଖରଡାଳି ଗ୍ରାମର କିରଣ ବିଶ୍ବାଳଙ୍କ ପତ୍ନୀ ଦମୟନ୍ତୀ ବିଶ୍ବାଳ । ମହିଳା ଜଣଙ୍କ ଗୁଆଗରିଆ କାଜୁଜଙ୍ଗରେ କାଜୁ ତୋଳୁଥିବା ବେଳେ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି ତାଙ୍କୁ ପାଦରେ ଦଳି ଦେଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଦନ୍ତା ଆକ୍ରମଣରେ ମହିଳା ମୃତ

ସ୍ଥାନୀୟ ଲୋକମାନେ ଘଟଣା ସଂପର୍କରେ ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ହିନ୍ଦୋଳ ବନକର୍ମଚାରୀମାନେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ଏହି ଦନ୍ତାହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.