ETV Bharat / state

ପାଣି କାଢୁଥିବାବେଳେ କୂଅରେ ପଡି ମହିଳା ମୃତ - ଢେଙ୍କାନାଳ ମହିଳା ମୃତ

କୂଅରେ ପଡି ମହିଳା ମୃତ । ଦୀର୍ଘ ଚାରି ବର୍ଷ ହେଲା ସ୍ବାମୀଙ୍କଠାରୁ ଅଲଗା ହୋଇ ବାପ ଘରେ ରହୁଥିଲେ ସମ୍ପୃକ୍ତ ମହିଳା । ଅଧିକ ପଢନ୍ତୁ...

ପାଣି କାଢୁଥିବାବେଳେ କୂଅରେ ପଡି ମହିଳା ମୃତ
ପାଣି କାଢୁଥିବାବେଳେ କୂଅରେ ପଡି ମହିଳା ମୃତ
author img

By

Published : May 22, 2021, 7:45 AM IST

ଢେଙ୍କାନାଳ: କୂଅ ହେଲା କାଳ । ପାଣି କାଢୁଥିବା ସମୟରେ କୂଅରେ ପଡି ମହିଳାଙ୍କର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁଷଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଗ୍ରାମର ସୁରେଶ ପଣ୍ଡାଙ୍କ ଝିଅ ସ୍ବର୍ଣ୍ଣମୟୀ (୩୦) ଶତପଥୀ ।

ସୂଚନାଯୋଗ୍ୟ, ମୃତ ସ୍ବର୍ଣ୍ଣମୟୀଙ୍କର ୨୦୧୦ ମସିହାରେ ସଦର ଥାନା ଅନ୍ତର୍ଗତ ମାଧବୋଲୁଅ ଗ୍ରାମର ସନ୍ଦିପ ଶତପଥୀଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ହେଲ ସ୍ବାମୀ ସନ୍ଦିପଙ୍କର ଅନ୍ୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଏବଂ ଦ୍ବିତୀୟ ବିବାହ ଯୋଗୁଁ ଥାନାରେ ମାମଲା ରୁଜୁ ହୋଇଥିଲା । ଯାହାର ଶୁଣାଣି ଅଦ୍ୟାବଧି ହୋଇପାରି ନାହିଁ । ତେଣୁ ଆଜକୁ ଚାରି ବର୍ଷ ହେବ ସ୍ବର୍ଣ୍ଣମୟୀ ନିଜ ବାପ ଘରେ ରହି ଆସୁଥିଲେ । ସ୍ବାମୀଙ୍କର କାର୍ଯ୍ୟକଳାପକୁ କେନ୍ଦ୍ର କରି ସେ ସର୍ବଦା ମାନସିକ ଚାପରେ ରହୁଥିଲେ । ଶୁକ୍ରବାର ସେ କୂଅରୁ ପାଣି କାଢୁଥିବା ସମୟରେ ହଠାତ୍ କୂଅ ମଧ୍ୟରେ ପଡିଯାଇଥିଲେ । ଯାହାପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ ହେଁ ତାଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

ଏନେଇ ମୃତ ମହିଳାଙ୍କ ବାପା ସୁରେଶ ପଣ୍ଡା ଭୁବନ ଥାନାରା ମାମଲା ରୁଜୁ କଲାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.