ETV Bharat / state

ରାଜପଥରେ ହୁହୁ ହୋଇ ଜଳିଗଲା ଟାଟା ଏସି

author img

By

Published : Feb 19, 2021, 6:46 AM IST

ଜାତୀୟ ରାଜପଥରେ ଜଳିଗଲା ଟାଟା ଏସି ଗାଡି । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ମଶାଣିଆ ଛକରେ ଘଟିଛି ଏହି ଅଘଟଣ । ଦୀର୍ଘ ଦେଢ଼ ଘଣ୍ଟା ଧରି ୫୫ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ । ଅଧିକ ପଢନ୍ତୁ...

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ମଶାଣିଆ ଛକରେ ହୁହୁ ହୋଇ ଜଳିଗଲା ଟାଟା ଏସି

ଢେଙ୍କାନାଳ: ୫୫ନମ୍ବର ଜାତୀୟ ରାଜପଥରେ ଏକ ବିଡ଼ି ଵୋଝେଇ କରି ଯାଉଥିବା ଟାଟା ଏସି ଗାଡି ହୁ ହୁ ହୋଇ ଜଳି ଯାଇଛି । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ମଶାଣିଆ ଛକରେ ଏହି ଅଘଟଣ ଘଟିଛି । ନିଆଁ ଲାଗିବାର ସଠିକ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଇଛି ।

ତେବେ ଗାଡ଼ିରେ ଥିବା ଡ୍ରାଇଭର ସୁରକ୍ଷିତ ଭାବେ ବାହାରି ପଡିଥିବା ଜଣାପଡିଛି । ଗାଡ଼ିରେ ବିଡ଼ି ବୋଝେଇ ଥିବାରୁ ନିଆଁ ଦୀର୍ଘ ସମୟ ଧରି ଜଳିଥିଲା । ତେଣୁ, ରାଜପଥରେ ଦୀର୍ଘ ଦେଢ଼ ଘଣ୍ଟା ଧରି ସାଧାରଣ ଗାଡି ଯାତାୟାତ ବନ୍ଦ ହୋଇ ଯାଇଥିଲା । ଖବର ପାଇ ବଅରପାଳରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିବା ଜଣାପଡିଛି । ଏହି ଟାଟା ଏସି ଗାଡିଟି ଅନୁଗୋଳରୁ କଟକ ଆଡକୁ ଯାଉଥିଲା ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.