ଢେଙ୍କାନାଳ: ବିଚ୍ ରାସ୍ତାରେ ପତି-ପତ୍ନୀଙ୍କ ମଧ୍ୟରେ ବଚସାରୁ ହାତ କାଟିଲେ ସ୍ବାମୀ । ଢେଙ୍କନାଳ ସହରର ବସଷ୍ଟାଣ୍ଡ ନିକଟରେ ଦେଖିବାକୁ ମିଳିଛି ଏହି ହାଇଡ୍ରାମା । ସ୍ଥାନୀୟ ଲୋକଙ୍କ ସହୟତାରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଦମ୍ପତିଙ୍କୁ ଉଦ୍ଧାର କରିଛି । ଆହତ ସ୍ବାମୀଙ୍କୁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ସଦର ଥାନା ଅନ୍ତର୍ଗତ ବେଶଲିଆ ଗ୍ରାମର ଜ୍ଞାନ ମହାପାତ୍ର ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଚାରି ବର୍ଷ ପୂର୍ବେ ବାଲିମି ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମର ରିମି ଶତପଥିଙ୍କୁ ଜ୍ଞାନ ପ୍ରେମ ବିବାହ କରିଥିଲେ । ରିମି ଢେଙ୍କାନାଳ ସହରରେ ଏକ ଟିଭି ଶୋ'ରୁମରେ ସେଲ୍ସ ଓମେନ ଭାବେ କାର୍ଯ୍ୟ କରନ୍ତି । ଏପଟେ ସ୍ବାମୀ ଜ୍ଞାନ କଟକରେ ଏକ ଫେବିକ୍ରେସନ ୟୁନିଟରେ କର୍ଯ୍ୟରତ ଅଟନ୍ତି । ତେବେ ପତ୍ନୀ ରିମିଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ବଚସାରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ବ୍ୟକ୍ତିଙ୍କ ଚିକିତ୍ସା ପରେ ଉଭୟକୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ