ଢେଙ୍କାନାଳ: ଗତକାଲି ରାତିରୁ ହୁ ହୁ ହୋଇ ଜଳୁଥିଲା ଜଙ୍ଗଲ । ଆଉ ନିଦରେ ଶୋଇ ରହିଥିଲା ବନ ବିଭାଗ । ଢେଙ୍କାନାଳ ସହର ଉତ୍ତର ଦିଗକୁ ଲାଗି ରହିଛି ମେଘା ସଂରକ୍ଷିତ ଜଙ୍ଗଲ । ଏହି ଜଙ୍ଗଲରେ ନିଆଁ ଲାଗି କ୍ରମଶଃ ଭୟଙ୍କର ରୁପ ଧାରଣ କରୁଥିଲା ।
ଜଙ୍ଗଲରେ ରହିଥିବା ଲକ୍ଷ ଲକ୍ଷ ସଂଖ୍ୟାରେ ମୂଲ୍ୟବାନ ଗଛ ଯେପରି ଶାଗୁଆନ, ଶାଳ ଓ ପିଆଶାଳ ଆଦି ଜଳି ଯାଇଥିଲା । ଜଙ୍ଗଲ ଜୀବଜନ୍ତୁ ପ୍ରାଣ ବିକଳରେ ଏଣେତେଣେ ପଳାଉଥିଲେ । ଏହି ନିଆଁ କ୍ରମଶଃ ମାଡି ସହରର ଶ୍ୟାମଚରଣପୁର, ଇଛାଦେଇପୁର, କୁଞ୍ଜକାନ୍ତ ଓ ବୋରାପଦା ଆଦି ବସ୍ତି ଆଡକୁ ଯାଉଥିଲା ।
ଫଳରେ ସ୍ଥାନୀୟ ଅଞ୍ଚଚଳରେ ଲୋକମାନେ ଆତଙ୍କିତ ହୋଇପଡିଥିଲେ । ଢେଙ୍କାନଳ ଅଗ୍ନି ସେବାଶ୍ରମ ବାହିନୀ ପହଞ୍ଚି ଜଙ୍ଗଲରେ ନିଆଁକୁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ସଂରକ୍ଷିତ ଜଙ୍ଗଲର ପାଞ୍ଚ ଛଅ ଜାଗାରେ ଏପରି ନିଆଁ ଲାଗିଥିବା ବେଳେ ବନ କର୍ମଚାରୀ ଓ ଅଗ୍ନି ସେବାଶ୍ରମ ବାହିନୀ ଉଦ୍ୟମରେ ନିଆଁ ଟିକିଏ ଆୟତ୍ତକୁ ଆସିଥିବା ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ