ETV Bharat / state

Wild Boar Attack: ଯୋରନ୍ଦାରେ ଚାଷୀ ମୃତ

ଢେଙ୍କାନାଳ ଯୋରନ୍ଦା ଅଞ୍ଚଳରେ ବାରହା ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Nov 23, 2021, 6:52 PM IST

Wild Boar Attack: ଜୋରନ୍ଦାରେ ଚାଷୀ ମୃତ
Wild Boar Attack: ଜୋରନ୍ଦାରେ ଚାଷୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଯୋରନ୍ଦା ଅଞ୍ଚଳରେ ବାରହା ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ଯୋରନ୍ଦା ଗ୍ରାମର କଂଗ୍ରେସ ଗଡ଼ନାୟକ ବୋଲି ଜଣାପଡ଼ିଛି । ସେ ଆଜି ସକାଳୁ ଧାନ କାଟିବା ପାଇଁ ଜମିକୁ ଯାଇଥିଲେ । ତେବେ ସେହି ସମୟରେ ସେ ଏକ ଜଙ୍ଗଲୀ ବାରହା ମୁହଁରେ ପଡ଼ି ଯାଇଥିଲେ । ଅଚାନକ ତାଙ୍କୁ ବାରହା ଆକ୍ରମଣ କରିଥିଲା ।

ସ୍ଥାନୀୟ ଲୋକେ ଏହାକୁ ନେଇ ଖବର ପାଇବା ପରେ କଂଗ୍ରେସଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର କଂଗ୍ରେସଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ କଂଗ୍ରେସଙ୍କ ଗାଁରେ ଶୋକ ଛାୟା ଖେଳି ଯାଇଛି । ଜଙ୍ଗଲୀ ବାରହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏକ୍ଷେତ୍ରରେ ବନ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡ଼ିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.