ETV Bharat / state

ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି: କଲେଜ ଗେଟରେ ଝୁଲିଲା ତାଲା - ୫ ଜଣ ଛାତ୍ରଙ୍କୁ ଅଟକ ରଖିଲା ପୋଲିସ

ଢେଙ୍କାନାଳ ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି । ବିଟେକ୍‌ ଚତୁର୍ଥ ବର୍ଷର ୫ ଜଣ ଛାତ୍ରଙ୍କୁ ଅଟକ ରଖିଲା ପୋଲିସ। ସେମାନଙ୍କୁ ତୁରନ୍ତ ଛଡାଯିବା ନେଇ ଦାବି କରିଛନ୍ତି ଛାତ୍ର ।

ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି, କଲେଜ ଗେଟରେ ତାଲା ଝୁଲାଇଲେ ଛାତ୍ର
author img

By

Published : Nov 19, 2019, 4:14 AM IST

ଢେଙ୍କାନାଳ: ସରାଙ୍ଗସ୍ଥିତ ଆଇଜିଆଇଟି କଲେଜରେ ଉତ୍ତେଜନା । କଲେଜ ମୁଖ୍ୟ ଫାଟକରେ ତାଲା ଝୁଲାଇଲେ ଉତ୍ୟକ୍ତ ଛାତ୍ର । ଦୁଇ ଛାତ୍ର ଗୋଷ୍ଠୀଙ୍କ ବିବାଦରେ ପୋଲିସର ପକ୍ଷପାତିତାରୁ ବଢିଛି ଉତ୍ତେଜନା ।

ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି, କଲେଜ ଗେଟରେ ତାଲା ଝୁଲାଇଲେ ଛାତ୍ର

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଇନ୍ଦିରାଗାନ୍ଧି ବୈଷୟିକ ଶିକ୍ଷା ଅନୁଷ୍ଠାନରେ ରବିବାର ତୃତୀୟ ଓ ଶେଷ ବର୍ଷର ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ମାମଲାରେ ସ୍ଥାନୀୟ ପୋଲିସ ପକ୍ଷପାତିତା କରିଥିଲା । ଏହାକୁ ନେଇ ଅଭିଯୋଗ କରିଛନ୍ତି ଶେଷ ବର୍ଷର ଛାତ୍ର । ଏପରିକି ଉଭୟ ଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଭାବେ ପୋଲିସରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସୋମବାର ପୂର୍ବାହ୍ନରେ ଉଭୟଙ୍କୁ ନେଇ ସରାଙ୍ଗ ଥାନାରେ ଆପୋଷ ମୁଝାମଣା ହୋଇଥିଲା। ମାତ୍ର ପରଜଙ୍ଗ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଶେଷ ବର୍ଷର ୩ ଜଣ ଛାତ୍ରଙ୍କୁ ପରଜଙ୍ଗ ଥାନାରେ ଅଟକ ରଖିଛି।

ଏପରିସ୍ଥଳେ ଶେଷ ବର୍ଷର ଶତାଧିକ ଉତ୍ୟକ୍ତ ଛାତ୍ର ପ୍ରଥମେ କଲେଜ ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ। ତଥାପି ପୋଲିସ କୌଣସି ପଦକ୍ଷେପ ନନେବାରୁ ଊତ୍ତେଜନା ବଢିବାରେ ଲାଗିଲା। ପରେ ଉତ୍ତେଜିତ ଛାତ୍ରମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଏପଟେ ଉତ୍ୟକ୍ତ ଛାତ୍ରମାନେ ଫାଟକ ସମ୍ମୁଖରେ ସମୁହ ଗଣଧାରଣା ଦେଇ ନିରପେକ୍ଷ ତଦନ୍ତ ସାଙ୍ଗକୁ ଅଟକ ଶେଷ ବର୍ଷର ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଅଡି ବସିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ସରାଙ୍ଗସ୍ଥିତ ଆଇଜିଆଇଟିରେ ଉତ୍ବେଜନା/କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଲେ ଉତ୍ୟକ୍ତ ଛାତ୍ର/ଦୁଇ ଛାତ୍ର ଗୋଷ୍ଠିଙ୍କ ବିବାଦରେ ପୁଲିସର ପକ୍ଷପାତିତାରୁ ବଢୁଛି ଉତ୍ବେଜନାBody:ଆଙ୍କର-ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଇନ୍ଦିରାଗାନ୍ଧି ବୈଷୟିକ ଶିକ୍ଷା ଅନୁଷ୍ଠାନରେ ରବିବାର ତୃତୀୟ ଓ ଶେଷ ବର୍ଷର ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ମାମଲାରେ ସ୍ଥାନୀୟ ପୁଲିସ ପକ୍ଷପାତିତା କରିଥିବା ଅଭିଯୋଗ ଉଠାଇଛନ୍ତି ଶେଷ ବବର୍ଷର ଛାତ୍ର। ଏପରିକି ଉଭୟ ଗୋଷ୍ଠି ପକ୍ଷରୁ ପୃଥକ ପୃଥକ ଭାବେ ପୁଲିସରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସୋମବାର ପୂର୍ବିାହ୍ନରେ ଉଭୟଙ୍କୁ ନେଇ ସରାଙ୍ଗ ପୁଲିସ ଫାଣ୍ଡିରେ ଆପୋଷ ମୁଝାମଣା ହୋଇଥିଲା। ମାତ୍ର ପରଜଙ୍ଗ ପୁଲିସ ଉଦେଶ୍ୟ ମୁଳକ ଭାବେ ଶେଷ ବର୍ଷର ୩ ଜ୍ଣ ଛାତ୍ରଙ୍କୁ ପରଜଙ୍ଗ ଥାନାରେ ଅଟକ ରଖିଛି। ଏପରିସ୍ଥଳେ ଶେଷ ବର୍ଷର ଶତାଧିକ ଉତ୍ୟକ୍ତ ଛାତ୍ର ପ୍ରଥମେ କଲେଜ ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ। ତଥାପି ପୁଲିସ ପଦକ୍ଷେପ ନ ନେବାରୁ ଊତ୍ବେଜନା ବଢିବାରେ ଲାଗିଛି। ପରେ ଉତ୍ବେଜିତ ଛାତ୍ରମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇଦେଇଥିବା ଜଣାପଡିଛି। Conclusion:ଏପଟେ ଉତ୍ୟକ୍ତ ଛାତ୍ରମାନେ ଫାଟକ ସମ୍ମୁଖରେ ସମୁହ ଗଣଧାରଣା ଦେଇ ନିରପେକ୍ଷ ତଦନ୍ତ ସାଙ୍ଗକୁ ଅଟକ ଶେଷ ବର୍ଷର ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଅଡି ବସିଛନ୍ତି।ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.