ETV Bharat / state

ପୋଲ ତଳକୁ ଓଲଟିଲା ବିଅର ବୋଝେଇ ଟ୍ରକ, ବୋହିନେଲେ ଲୋକେ - ଗୁଲେହି ପୋଲ ତଳକୁ ଓଲଟିପଡ଼ିଲା ବିଅର ବୋଝେଇ ଟ୍ରକ

ପୁରୁଣା କଟକ-ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଗୁଲେହି ପୋଲ ନିକଟରେ ପୋଲ ତଳକୁ ଓଲଟିପଡ଼ିଲା ବିଅର ବୋଝେଇ ଟ୍ରକ । ଚାହୁଁ ଚାହୁଁ ଖାଲି ହୋଇଗଲା ବିଅର ବୋତଲ । ଅଧିକ ପଢନ୍ତୁ

ପୋଲ ତଳକୁ ଓଲଟିଲା ବିଅର ବୋଝେଇ ଟ୍ରକ: ବିଅର ବୋତଲ ବୋହିନେଲେ ଲୋକେ

author img

By

Published : Apr 13, 2022, 9:49 PM IST

ଢେଙ୍କାନାଳ: ଚାହୁଁଚାହୁଁ ଖାଲି ହୋଇଗଲା ଗୋଟିଏ ଟ୍ରିପ ବିଅର । ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ମଧ୍ୟ ଛାଡିଲେନି ସ୍ଥାନୀୟ ଲୋକେ । ଓଲଟି ପଡିଥିବା ଟ୍ରକରୁ ସମସ୍ତ ବିଅର ବୋହିନେଇ ପଳାଇଲେ ଲୋକେ । ଏପରି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଗୁଲେହି ଛକ ନିକଟରେ ।

ପୋଲ ତଳକୁ ଓଲଟିଲା ବିଅର ବୋଝେଇ ଟ୍ରକ: ବିଅର ବୋତଲ ବୋହିନେଲେ ଲୋକେ

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଚୌଦ୍ଵାରରୁ ଅନୁଗୋଳ ଆଡ଼କୁ ଯାଉଥିଲା । ଟ୍ରକରେ ବୋଝେଇ ଥିଲା ଶତାଧିକ ବିଅର ପେଟି । ଭାରସାମ୍ୟ ହରାଇ ଗୁଲେହି ଛକ ନିକଟସ୍ଥ ଏକ ବ୍ରିଜ ତଳକୁ ଓଲଟି ପଡିଥିଲା ଟ୍ରକଟି । ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ସେଠାରେ ପ୍ରବଳ ଭିଡ଼ ଜମିଥିଲା ।

ଆଉ ଦୁର୍ଘଟଣାଗ୍ରସ୍ତ ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ସାହାଯ୍ୟ କରିବା ବଦଳରେ ସ୍ଥାନୀୟ ଲୋକେ ଟ୍ରକରୁ ବିଅର ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହିପରି କିଛି ସମୟ ମଧ୍ୟରେ ଟ୍ରକଟି ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା । ପରେ ପୋଲିସ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ମାତ୍ର ସେତବେକକୁ ଟ୍ରକରୁ ବିଅର ସବୁ ଖାଲି କରିଦେଇଥିଲେ ସ୍ଥାନୀୟ ଲୋକେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.