ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାରେ ୯୧ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟକଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୮୯ରେ ପହଞ୍ଚିଛି ।
ଢେଙ୍କାନାଳ ପୌରାଞ୍ଚଳରୁ ଆଜି ସର୍ବାଧିକ ୪୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମକ୍ବାରେଣ୍ଟାଇନରୁ ୬୬ଜଣ, ସ୍ଥାନୀୟ ଅଞ୍ଚଳରୁ ୧୮ ଓ ଅନ୍ୟ ୭ଜଣ କଟକ ଭୁବନେଶ୍ବର ହସପିଟାଲରୁ ଚିହ୍ନଟ ହୋଇଛନ୍ତି । ସେହିପରି ଓଡାପଡା, ସଦର କାମାକ୍ଷାନଗର ଓ ଗଦିଁଆରୁ ୫ଜଣ ଲେଖାଏଁ, ଭୁବନରୁ ୭, ପରଜଙ୍ଗ ଓ ହିନ୍ଦୋଳ ଏନଏସିରୁ 1, କାମାକ୍ଷାନଗର ଏନଏସିରୁ ୩, କଙ୍କଡାହାଡରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ପଠାଯାଇଥିବା ବେଳେ ୮୬ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାର ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।
ସେପଟେ ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୩୬୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୬୩୧ ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ଏଯାବତ ଜିଲ୍ଲାରେ ୬୮ ହଜାର ୨୫୯ଟି କୋରୋନା ଟେଷ୍ଟ ହୋଇସାରିଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ