ETV Bharat / state

ଢେଙ୍କାନାଳରେ 74 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 2539କୁ ବୃଦ୍ଧି - dhenkanal corona update

ରବିବାର ଢେଙ୍କାନାଳରେ ୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୫୩୯ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ 74 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 2539କୁ ବୃଦ୍ଧି

author img

By

Published : Sep 13, 2020, 4:42 PM IST

ଢେଙ୍କାନାଳ: ଜିଲ୍ଲାରେ ପ୍ରତ୍ୟେକ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ରବିବାର ଢେଙ୍କାନାଳରେ ୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୫୩୯ରେ ପହଞ୍ଚିଛି ।

ଢେଙ୍କାନାଳରେ 74 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 2539କୁ ବୃଦ୍ଧି

ଚିହ୍ନଟ ୭୪ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳ ଓ ସଦର ବ୍ଳକରୁ ୯ ଜଣ ପଜିଟିଭ ଥିବାବେଳେ ଭୁବନ ଓ ପରଜଙ୍ଗରୁ ୭, ଗଦିଁଆରୁ ୧୪, ଓଡାପଡା ବ୍ଳକରୁ ୧୧, ହିନ୍ଦୋଳରୁ ୫, କାମାକ୍ଷାନଗରରୁ ୪, ହିନ୍ଦୋଳ ଏନଏସିରୁ ଜଣେ ଅଛନ୍ତି । ଅନ୍ୟ ୭ ଜଣ କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୦ ଜଣ ହୋମ କ୍ବାରେଣ୍ଟାଇନର ଥିବା ବେଳେ ୧୭ ଜଣ ସ୍ଥାନୀୟ ଆକ୍ରାନ୍ତ ଓ ଅନ୍ୟ ୭ ଜଣ କଟକ-ଭୁବନେଶ୍ବର ମେଡିକାଲର ବୋଲି ଜଣାପଡିଛି ।

ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲକୁ ପଠାଯାଇଛି । ସେମାନେ ରହୁଥିବା ବାସଗୃହ ଓ ସଂଲଗ୍ନ ଅଞ୍ଚଳ ଗୁଡିକୁ ବିଶୋଧନ କରାଯାଇଛି । ସେପଟେ ଚିକିତ୍ସା ପରେ ୬୯ ସୁସ୍ଥ ହୋଇ ଫେରିଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ ୫୨୨ ଜଣ ଚିକିତ୍ସିତ ଅଛନ୍ତି । ପ୍ରକାଶ ଥାଉ କି ଜିଲ୍ଲାରେ ଏଯାବତ୍ ୪୮,୭୩୩ ଜଣଙ୍କ କୋରୋନା ଟେଷ୍ଟ ହୋଇସାରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.