ETV Bharat / state

ଢେଙ୍କାନାଳରେ ପୁଣି ୫୧ କୋରୋନା ପଜିଟିଭ, ୨୦ ସୁସ୍ଥ - 51 new corona positive in Dhenkanal

ଢେଙ୍କାନାଳ ଜିଲ୍ଲାରେ ପୁଣି ୫୧ ଜଣ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୧୮କୁ ବୃଦ୍ଧି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳରେ ପୁଣି ୫୧ କୋରୋନା ପଜିଟିଭ, ୨୦ ସୁସ୍ଥ

author img

By

Published : Aug 4, 2020, 5:03 PM IST

ଢେଙ୍କାନାଳ: ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ମଙ୍ଗଳବାର ଜିଲ୍ଲାରେ ପୁଣି ୫୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଢେଙ୍କାନାଳରେ ମୋଟ ଆକ୍ରାନ୍ତ ୪୧୮କୁ ବୃଦ୍ଧି ପାଇଛି । ଏହି ୫୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନଏସିରୁ ୩୧ଜଣ ଚିହ୍ନଟ ହୋଇଥିବା ବେଳେ କଙ୍କଡାହାଡ ବ୍ଳକରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନ ବ୍ଳକ ଦିଘା ସଂଗରୋଧ କେନ୍ଦ୍ର, ଏକତାଳି ସଂଗରୋଧ କେନ୍ଦ୍ର, ଜିରାଳ, ମଠକରଗୋଳାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେପଟେ କାମାକ୍ଷାନଗର ଏନଏସିରୁ ୩ଜଣ, ଗଦିଁଆ ମନ୍ଦାରରୁ ୨ଜଣ, ଖଣ୍ଡବନ୍ଧରୁ ୨ଜଣ, ନିହଲ ପ୍ରସାଦରୁ ଜଣେ ଓ ଅନ୍ୟ ଜଣେ ଆପୋଲ ହସ୍ପିଟାଲରେ କାର୍ଯ୍ୟରତ ସଦର ବ୍ଳକ ନରଣପୁରରୁ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୫ଜଣ ଚିହ୍ନଟ ଥିବାବେଳେ ୩୮ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଓ ଅନ୍ୟ ୫ଜଣ ଆକ୍ରାନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ ଟେଷ୍ଟରୁ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେମାନେ ରହୁଥିବା ଗୃହ ସଂଗରୋଧ କେନ୍ଦ୍ର ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ସେପଟେ ଜିଲ୍ଲାରେ ଆଉ ୨୦ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସୁଧା ଜିଲ୍ଲାରେ ସମୁଦାୟ ୪୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବଶିଷ୍ଟ ୨୩୨ ଜଣ ଅଂକ୍ରାନ୍ତ ଚିକତ୍ସାଧୀନ ଅଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.