ETV Bharat / state

ଘରେ ପଶି ଡକାୟତି, ଲକ୍ଷେ ଟଙ୍କା ସହ ସାଢେ ପାଞ୍ଚ ଭରି ସୁନା ଲୁଟିନେଲେ ଦୃର୍ବୁତ୍ତ - ସଶସ୍ତ୍ର ଡକାୟତି

କାମାକ୍ଷାନଗର ଥାନା ସରଦେଇପୁର ଗ୍ରାମରେ ସଶସ୍ତ୍ର ଡକାୟତି । ଘରେ ପଶି ମାରଣାସ୍ତ୍ର ଦେଖାଇ ଏକ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

50 grams gold wid 1 lakh case was looted by Robbery
ଘରେ ପଶି ଡକାୟତି, ଲକ୍ଷେ ଟଙ୍କା ସହ ସାଢେ ପାଞ୍ଚ ଭରି ସୁନା ଲୁଟିନେଲେ ଦୃର୍ବୁତ୍ତ
author img

By

Published : Dec 9, 2020, 1:41 PM IST

ଢେଙ୍କାନାଳ: କାମାକ୍ଷାନଗର ଥାନା ସରଦେଇପୁର ଗ୍ରାମରେ ଘଟିଛି ସଶସ୍ତ୍ର ଡକାୟତି । ଘରେ ପଶି ମାରଣାସ୍ତ୍ର ଦେଖାଇ ଏକ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୃର୍ବୁତ୍ତ । ଗତ ବିଳମ୍ବିତ ରାତିରେ (ମଙ୍ଗଳବାର) ସେହି ଗ୍ରାମର ପ୍ରମୋଦ ଶତପଥିଙ୍କ ଘରେ ୧୦ ରୁ ଉର୍ଦ୍ଧ ଦୁର୍ବୃତ୍ତ ପିସ୍ତଲ ଭୁଜାଲି ଆଦି ମାରଣାସ୍ତ୍ର ଧରି ପଶିଥିଲେ । ଫଳରେ ଘରଲୋକଙ୍କୁ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଏକ କୋଠରୀ ଭିତରେ ବାହାରୁ ତାଲା ପକାଇ ଦେଇଥିଲେ । ଏବଂ ପରେ ଏକ ଲକ୍ଷ ଟଙ୍କା ଓ ଘରେ ଥିବା ପାଞ୍ଚ ଭରି ଓଜନର ସୁନା ଗହଣା ଲୁଟିନେଇଛନ୍ତି ।

ଘରେ ପଶି ଡକାୟତି, ଲକ୍ଷେ ଟଙ୍କା ସହ ସାଢେ ପାଞ୍ଚ ଭରି ସୁନା ଲୁଟିନେଲେ ଦୃର୍ବୁତ୍ତ

ସୂଚନା ମୁତାବକ, ପ୍ରମୋଦ ନିଜ ପୁଅର ଆସନ୍ତା ୧୧ତାରିଖରେ ବାହାଘର ରହିଥିବାରୁ ସାଢେ ପାଞ୍ଚ ଭରି ସୁନା ଓ ଲକ୍ଷେ ଟଙ୍କା ଘରେ ରଖିଥିଲେ । ଲୁଟ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପରେ ପରିବାର ଲୋକ ସାହି ପଡିଶାଙ୍କୁ ଫୋନ କରିବା ଦ୍ବାରା ପଡୋଶୀ ମାନେ ବାହାରୁ ତାଲା ଭାଙ୍ଗି ପ୍ରମୋଦ ଓ ତାଙ୍କ ପରିବାରଙ୍କୁ ଉଦ୍ଧାର କରିଥିଲେ l ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.