ETV Bharat / state

ଢେଙ୍କାନାଳରେ ଆଉ 4 କୋରୋନା ପଜିଟିଭ ଚିହ୍ନଟ, 4 ସୁସ୍ଥ - dhenkanal news

ଗୁରୁବାର ଢେଙ୍କାନାଳରେ ୪ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା 90ରେ ପହଞ୍ଚିଛି । ଏଥିସହ 4 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ମୋଟ ସଂକ୍ରମିତ 90 ଜଣଙ୍କ ମଧ୍ୟରୁ 72 ଜଣ ଏଯାବତ୍ ସୁସ୍ଥ ହୋଇଥିବା ବେଳେ 18 ଜଣଙ୍କ ଚିକିତ୍ସା ଏବେ ବି ଜାରି ରହିଛି । ଅଧିକ ପଢନ୍ତୁ...

4 new corona positive identified in dhenkanal
ଢେଙ୍କାନାଳରେ ଆଉ 4 କୋରୋନା ପଜିଟିଭ ଚିହ୍ନଟ, 4 ସୁସ୍ଥ
author img

By

Published : Jul 9, 2020, 12:50 PM IST

ଢେଙ୍କାନାଳ: ଜିଲ୍ଲାରେ ଗୁରୁବାର ପୁଣି ୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 90ରେ ପହଞ୍ଚିଛି ।

ଚିହ୍ନଟ ପଜିଟିଭ 4 ଜଣଙ୍କ ମଧ୍ୟରୁ ହିନ୍ଦୋଳ ବ୍ଲକର ଗୁହାଳିପାଳ, ବାହାଲୁଣ୍ଡା ଓ ଚିତଲପୁରର ୩ ଜଣ ଥିବାବେଳେ ଅନ୍ୟ ଜଣେ ଓଡ଼ପଡା ବ୍ଲକର ଗୁନଦେଈ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଓ ତେଲେଙ୍ଗାନାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଗତ ୬ ତାରିଖରେ ଏମାନଙ୍କର ସ୍ବାବ ଟେଷ୍ଟ କରାଯାଇଥିଲା । ଗୁରୁବାର ରିପୋର୍ଟ ଆସିବା ପରେ ପଜିଟିଭ ଥିବା ଜଣାପଡିଛି । ସମସ୍ତ ପଜିଟିଭଙ୍କୁ ଢେଙ୍କାନାଳସ୍ଥିତ କୋଭିଡ ହେଲଥ ସେଣ୍ଟରକୁ ନିଆଯାଇଛି ।

ସେହିପରି ଜିଲ୍ଲାର ଆଉ ୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ମୋଟ ସଂକ୍ରମିତ 90 ଜଣଙ୍କ ମଧ୍ୟରୁ ଏଯାବତ୍ ୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବି ୧୮ ଜଣଙ୍କ ଚିକିତ୍ସା ଜାରି ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.