ETV Bharat / state

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ, 4 ଅଟକ - dhenkanal panchubati cow trafficing

ଢେଙ୍କାନାଳ ସଦର ଥାନା ଅର୍ନ୍ତଗତ ପଞ୍ଚୁବଟୀ ଠାରେ ଏକ ଗୋରୁ ବୋଝେଇ ପିକଅକ୍ ଭ୍ୟାନକୁ ଶୁକ୍ରବାର  ଭୋର ସମୟରେ ସ୍ଥାନୀୟ ଲୋକେ  ଜବତ କରି ସେଥିରୁ 7ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ଏହି ଘଟଣାରେ ପୋଲିସ  4 ଜଣଙ୍କୁ ଅଟକ ରଖିଛନ୍ତି ।

cow trafficing
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ
author img

By

Published : Nov 29, 2019, 12:51 PM IST

ଢେଙ୍କାନାଳ: ପୁଣି ଗୋରୁ ବୋଝେଇ ପିକଅକ୍ ଭ୍ୟାନ ଜବତ । ଢେଙ୍କାନାଳ ସଦର ଥାନା ଅର୍ନ୍ତଗତ ପଞ୍ଚୁବଟୀ ଠାରେ ଏକ ଗୋରୁ ବୋଝେଇ ପିକଅକ୍ ଭ୍ୟାନକୁ ଶୁକ୍ରବାର ଭୋର ସମୟରେ ସ୍ଥାନୀୟ ଲୋକେ ଜବତ କରି ସେଥିରୁ 7ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ଏହି ଘଟଣାରେ ପୋଲିସ 4 ଜଣଙ୍କୁ ଅଟକ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ବେଆଇନ ଗୋଚାଲାଣ ବଢିଚାଲିଛିା ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ନିଘା ନାହିଁ। ଗତ କିଛିଦିନ ତଳେ ନିହଲପ୍ରସାଦ ଠାରେ ୭ଟି ଗୋରୁ ବୋଝେଇ ଟ୍ରକ ଜବତ ହୋଇଥିଲାବେଳେ ଶୁକ୍ରବାର ପୁଣି ଏକ ଗୋର ବୋଝେଇ ପିକଅପ ଭ୍ୟାନକୁ ଲୋକେ ଧରିଛନ୍ତି।

ତେବେ ପିକଅପ ଭ୍ୟାନରେ ଅତି ଅମାନୁଷିକ ଭାବେ ୭ଟି ଗାଈକୁ ଚାଲାଣ କରାଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ଉକ୍ତ ପିକଅପ ଭ୍ୟାନ ଜବତ କରିବା ସହ ଗୋରୁ ମାନଙ୍କୁ ପୋଲିସ ଉଦ୍ଧାର କରିଛନ୍ତି ।

ତେବେ ଏଥିରେ ସମ୍ପୃକ୍ତ ପିକଅପ ଭ୍ୟାନ ଚାଳକ ସମେତ ୪ଜଣ ଗୋଚାଲାଣକାରୀଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ଏଭଳି ବେଆଇନ ଗୋଚାଲାଣ ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ହେଉବାରୁ ସ୍ଥାନୀୟ ଲୋକମାନେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ବେଆଇନ ଗୋଚାଲାଣ ପିକଅପ ଭ୍ୟାନକୁ ଧରିଲେ ଲୋକେ/ଢେଙ୍କାନାଳ ସଦରଥାନା ପଞ୍ଚୁବଟି ନିକଟରୁ ପିକଅପ ଭ୍ୟାନ ଜବତ/୭ ଗୋରୁ ଉଦ୍ଧାର ଓ ୪ ଜଣ ଅଟକ
ଆଙ୍କର- ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ବେଆଇନ ଗୋଚାଲାଣ ବଢିଚାଲିଛିା ଏଭଳି ଘଟଣା ବାରମ୍ବାର ଘଟି ଚାଲାଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ନିଘା ନାହିଁ। ଗତ କିଛିଦିନ ତଳେ ନିହଲପ୍ରସାଦ ଠାରେ ୭ଟି ଗୋରୁ ବୋଝେଇ ଟ୍ରକ ଜବତ ହୋଇଥିଲାବେଳେ ଆଜି ପୁଣି ଏକ ଗୋର ବୋଝେଇ ପିକଅପ ଭ୍ୟାନକୁ ଲୋକେ ଧରିଛନ୍ତି। Body:ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ପଞ୍ଚୁବଟୀ ଠାରେ ଏହି ଗୋରୁ ବୋଝେଇ ପିକପ ଭ୍ୟାନକୁ ଆଜି ଭୋର ସମୟରେ ସ୍ଥାନୀୟ ଲୋକ ଧରିଥିଲେ। ।ପିକପ ଭ୍ୟାନରେ ଅତି ଅମାନୁଷିକ ଭାବେ ଥିବା ୭ଟି ଗାଈକୁ ଚାଲାଣ କରାଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ବେଜନା ପ୍ରକାଶ ପାଇଥିଲା। ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ଉକ୍ତ ପିକଅପ ଭ୍ୟାନ ଜବତ କରିବା ସହ ଗୋରୁ ମାନଙ୍କୁ ପୁଲିସ ଉଦ୍ଧାର କରିଛି।ପିକପ ଭ୍ୟାନ ଚାଳକ ସମେତ ୪ଜଣ ଗୋଚାଲାଣକାରୀଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି।Conclusion:ଏଭଳି ବେଆଇନ ଗୋଚାଲାଣ ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ହେଉବାରୁ ସ୍ଥାନୀୟ ଲୋକମାନେ ଦୃଢ କାର୍ଯ୍ୟାନୁଷ୍ଠାପ ଦାବି କରିଛନ୍ତି। ଢେଙ୍କାନାଳରୁ ଉର୍ମିଳା ପାତ୍ର । ଇଟିଭି ଭାରତ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.