ETV Bharat / state

ବର୍ଷା ବିତ୍ପାତ, ଭୁବନ ବ୍ଲକର 3 ଗାଁ ଜଳବନ୍ଦୀ

author img

By

Published : Aug 27, 2020, 2:21 PM IST

Updated : Aug 27, 2020, 4:47 PM IST

ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ତଳିଅଞ୍ଚଳ ପ୍ରଭାବିତ ହୋଇଛି । ଏପରିକି ମାର୍ଥାପୁର ଓ ଓଢ଼ଣ ତଥା ଜୟପୁର ମୁଖ୍ୟରାସ୍ତା ଉପରେ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ।

Bhuban
ଲଗାଣ ବର୍ଷାରେ ଢେଙ୍କାନାଳରେ ବନ୍ୟା ସ୍ଥିତି

ଢେଙ୍କାନାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟରେ ବନ୍ୟା ସ୍ଥିତି । ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ତଳିଅଞ୍ଚଳ ପ୍ରଭାବିତ ହୋଇଛି । ଏପରିକି ମାର୍ଥାପୁର ଓ ଓଢ଼ଣ ତଥା ଜୟପୁର ମୁଖ୍ୟରାସ୍ତା ଉପରେ ୩ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି ।

ଲଗାଣ ବର୍ଷାରେ ଢେଙ୍କାନାଳରେ ବନ୍ୟା ସ୍ଥିତି

ଫଳରେ ଏହି ଅଞ୍ଚଳର ଜୟପୁର, ଓଢ଼ଣ, କୃଷ୍ଣପୁର ଓ ମାଲପୁରା ଆଦି 3-4ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଯେଉଁଥିପାଇଁ ଗ୍ରାମବାସୀଙ୍କୁ ଯାତାୟତ କରିବାରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ଅପରପକ୍ଷରେ ଏକର ଏକର ଚାଷ ଜମି ବନ୍ୟାଜଳରେ ବୁଡି ରହିଥିବାରୁ ଧାନଫସଲ ସବୁ ନଷ୍ଟ ହୋଇଯିବା ଆଶଙ୍କା କରାଯାଇଛି ।

Bhuban
ଭୁବନ ବ୍ଲକର 3ଟି ଗାଁ ଜଳବନ୍ଦୀ

ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡିଯାଇଛନ୍ତି । ବ୍ରାହ୍ମଣୀ ନଦୀରେ ଅଧିକ ଜଳ ପ୍ରବାହିତ ସାଙ୍ଗକୁ ଫୁଲୁଥିବା ବେଳେ ଉପନଦୀ ଡ଼ମଶାଳ ଓ ରାମିଆଳର ପାଣି ବ୍ରହ୍ମଣୀକୁ ଯାଇ ନପାରି ଏପରି ବନ୍ୟା ସୃଷ୍ଟି କରିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Aug 27, 2020, 4:47 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.