ETV Bharat / state

ପୁଣି ଢେଙ୍କାନାଳରେ 3 ନୂଆ ଆକ୍ରାନ୍ତ ଚିହ୍ନଟ - ଢେଙ୍କାନାଳ

ରାଜ୍ୟରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କ୍ରମରେ ଶୁକ୍ରବାର ଢେଙ୍କାନାଳ ଜିଲ୍ଲାରେ 3 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona
ପୁଣି ଢେଙ୍କାନାଳରେ 3 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Jul 3, 2020, 1:04 PM IST

ଢେଙ୍କାନାଳ:ରାଜ୍ୟରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କ୍ରମରେ ଶୁକ୍ରବାର ଢେଙ୍କାନାଳ ଜିଲ୍ଲାରେ 3 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା 3 ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଜଣାପଡିଛି। ଭୁବନ ବ୍ଲକ ଅନ୍ତର୍ଗତ ଅନଳ କ୍ବାରେଣ୍ଟାଇନ ସେଣ୍ଟରରୁ ଜଣେ, ସଦର ବ୍ଲକର ନାଠୁଆ କ୍ବାରେଣ୍ଟାଇନ ସେଣ୍ଟରରୁ ଜଣେ ଏବଂ ଢେଙ୍କାନାଳ ମ୍ୟୁନିସିପାଲିଟି କ୍ବାରେଣ୍ଟାଇନ ସେଣ୍ଟରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ଆକ୍ରାନ୍ତମାନେ ବାହାର ରାଜ୍ୟରୁ ଆସି କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆନ୍ଧ୍ର ପ୍ରଦେଶରୁ, ଜଣେ ଉତ୍ତର ପ୍ରଦେଶ ଓ ଅନ୍ୟ ଜଣେ କର୍ଣ୍ଣାଟକରୁ ଫେରିଥିଲେ । ଗତ ଦୁନ 30ରେ ସେମାନଙ୍କର ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା।

ସେମାନଙ୍କ ରିପୋର୍ଟ ଜୁଲାଇ ୨ତାରିଖ ସଂନ୍ଧ୍ୟାରେ ପଜେଟିଭ ଆସିଥିଲା। ପଜେଟିଭ ଚିହ୍ନଟ ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ କୋଭିଡ-୧୯ ହେଲ୍ଥ ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଛି। ଉକ୍ତ କ୍ବାରେଣ୍ଟିନ ସେଣ୍ଟର ଗୁଡିକୁ ସାନିଟାଇଜ କରାଯାଇଛି। ପ୍ରକାଶ ଥାଉକି, ବର୍ତ୍ତମାନ ସୁଦ୍ଧା ଢେଙ୍କାନାଳରେ ୮୨ କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 65 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.