ETV Bharat / state

PWD କଲୋନୀରେ ଧଳା ଜହର ବେପାର: ୫ ଗିରଫ, ୨୭ ଗ୍ରାମ ବ୍ରାଉନସୁଗାର ଜବତ - ବ୍ରାଉନସୁଗାର ଜବତ

ପିଡବ୍ଲୁଡି କଲୋନୀରେ ଧଳା ଜହର କାରାବାର । ମାଡି ବସିଲା ପୋଲିସ । ଘଟଣାସ୍ଥଳରୁ ୨୭ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ପିଡବ୍ଲୁଡି କଲୋନୀରେ ଧଳା ଜହର ବେପାର; 5 ଜଣଙ୍କୁ ଗିରଫ କଲା ପୋଲିସ

author img

By

Published : Nov 6, 2021, 3:58 PM IST

ଢେଙ୍କାନାଳ : ପିଡବ୍ଲୁଡି କଲୋନୀରେ ଧଳା ଜହର କାରାବାର । ମାଡି ବସିଲା ପୋଲିସ । ଘଟଣାସ୍ଥଳରୁ ୨୭ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଉପରୋକ୍ତ କଲୋନୀରେ ଧଳା ଜହର କାରବାର ନେଇ ପୋଲିସକୁ ଖବର ମିଳିଥିଲା । ଲକ୍ଷ୍ମୀବଜାରର ବାପୁନି ଓରଫ ସନ୍ଦୀପ ସ୍ୱାଇଁ ସହ ମିଶି ପୂର୍ତ୍ତ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କମଳ ଲୋଚନ ନାୟକ ଧଳା ଜହର କାରବାର କରୁଥିଲେ । ପରେ ରେଡ ମାରିଥିଲା ପୋଲିସ ।

ପିଡବ୍ଲୁଡି କଲୋନୀରେ ଧଳା ଜହର ବେପାର; 5 ଜଣଙ୍କୁ ଗିରଫ କଲା ପୋଲିସ

ପୋଲିସ ସେମାନଙ୍କ ଠାରୁ ବିକ୍ରି ପାଇଁ ଥିବା ୨୭ଗ୍ରାମ ବ୍ରାଉନସୁଗାରକୁ ଜବତ କରିଥିଲା । ଏହାସହ ବେପାରରେ ବ୍ୟବହୃତ ଦୁଇଟି ବାଇକ, ବ୍ୟାଙ୍କ ଏଟିଏମ, ୪ଟି ମୋବାଇଲ ଓ କଲର ପେପର ଆଦିକୁ ଜବତ କରିବାରେ ସକ୍ଷମ ହୋଇଥିଲା । ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଜଗନ୍ନାଥ ରୋଡର ରାଜେନ୍ଦ୍ର ବରାଳ, ଲକ୍ଷ୍ମୀବଜାରର ସଞ୍ଜୀବ ମହାପାତ୍ର ଓ ଚାନ୍ଦମାରିସାହିର ଚକ୍ରଧର ପାତ୍ରଙ୍କୁ ମଧ୍ୟ ବାନ୍ଧି ଥିଲା ପୋଲିସ । ଗିରଫ ୫ଜଣଙ୍କ ମଧ୍ୟରୁ ବାପୁନି, ସଞ୍ଜୀବ ଓ କମଳ ପେଷାଦାର ଅପରାଧୀ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.