ETV Bharat / state

ପୁଣି ୨୭ ପଜିଟିଭ ଚିହ୍ନଟ, ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଢେଙ୍କାନାଳ ଜିଲ୍ଲାରେ ବଢୁଛି କୋରୋନା ସଂକ୍ରମଣ । ଶୁକ୍ରବାର ପୁଣି 27 ନୂଆ କୋରୋନା ପଜିଟିଭ । ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଢେଙ୍କାନାଳରେ କୋରୋନା
ଢେଙ୍କାନାଳରେ କୋରୋନା
author img

By

Published : Aug 21, 2020, 4:56 PM IST

ଢେଙ୍କାନାଳ: ଜିଲ୍ଲାରେ ଶୁକ୍ରବାର ୨୭ ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ପଜିଟିଭ ସଂଖ୍ୟା ୧୦୫୫ରେ ପହଞ୍ଚିଲାଣି । ଏମାନଙ୍କ ମଧ୍ୟରୁ ଢେଙ୍କାନାଳ ମୁନିସପାଲଟିରୁ ୧୦ ଜଣ, ଭୁବନ ବ୍ଳକରୁ ୪, ହିନ୍ଦୋଳବ୍ଳକରୁ ୪, ସଦର ବ୍ଳକ ଓ ଓଡାପଡା ବ୍ଳକରୁ ୨ଜଣ ଲେଖାଏଁ, ପରଜଙ୍ଗ ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ସମ ହସ୍ପିଟାଲ ଓ କଟକ ଏସସିବିରୁ ଭୁବନ ଏନଏସି ଓ ଗଦିଁଆ ବ୍ଳକରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ମୁନସିପାଲଟିର କାଲଟାକ୍ସ ଅଞ୍ଚଳରୁ ୪ଜଣ, ସିମିଳିଆରୁ ୪ଜଣ, ମାଣ୍ଡପାସାହି ଓ ଜଗନ୍ନାଥ ରୋଡରୁ ଜଣେ ଲେଖାଏଁ ଚିହ୍ନଟ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ହୋମକ୍ବାରେଣ୍ଟାଇନରୁ, ୪ଜଣ ଆଣ୍ଟିଜେନ ଟେଷ୍ଟରୁ ଓ ଅନ୍ୟ ୯ ଜଣ ସ୍ଥାନୀୟ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲ, ଗୋବିନ୍ଦପୁର ସ୍ଥିତ କୋଭିଡ କେୟାର ସେଣ୍ଟର ରଓ ହିନ୍ଦୋଳ କୋଭିଡ କେୟାର ସେଣ୍ଚରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ସେମାନେ ରହୁଥିବା ସଂଗରୋଧ ଗୃହ ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ସେପଟେ ଜିଲ୍ଲାରେ ଚିକିତ୍ସା ପରେ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସୁଧା ଜିଲ୍ଲାରେ ୧୦୫୫ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୭୦୮ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥହୋଇ ଫେରିଛନ୍ତି । ଜିଲ୍ଲାରେ ୨ ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଧା ୩୪୫ଜଣ ଚିକତ୍ସିତ ଅଛନ୍ତି ।

ଏପଟେ ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଢେଙ୍କାନାଳ ସହରର ମିନାବଜାର, ସିମିଳିଆ ସମେତ ହିନ୍ଦୋଳ ବ୍ଳକର କୁକୁଟା ଗ୍ରାମ ଆଦିକୁ ତିନିଦିନ ଧରି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.