ETV Bharat / state

କଲଭର୍ଟରେ ପିଟି ହେଲା କାର; 2 ମହିଳା ମୃତ, ଜଣେ ଗୁରୁତର - କାର ଦୁର୍ଘଟଣା

ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଖଟୁଆହତା ଠାରେ ଏକ କାର ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ଵ କଲଭର୍ଟରେ ଧକ୍କା ହୋଇଛି ।

dhenkanal
କଲଭର୍ଟରେ ପିଟିହେଲା କାର
author img

By

Published : Dec 6, 2020, 6:05 PM IST

ଢେଙ୍କାନାଳ: ଭରାସାମ୍ୟ ହରାଇ କଲଭର୍ଟରେ ପିଟିହେଲା କାର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛି । ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଖଟୁଆହତା ଠାରେ ଏକ କାର ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ଵ କଲଭର୍ଟରେ ଧକ୍କା ହୋଇଛି ।

ଏହି ଦୁର୍ଘଟଣାରେ ମୃତକ 2 ଜଣ ମହିଳା ହୋଇଥିବାବେଳେ ଗୁରୁତର ଜଣଙ୍କ ମଧ୍ୟ ଜଣେ ମହିଳା ବୋଲି ଜଣାପଡିଛି । ମୃତ ଦୁଇ ମହିଳାଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି।

ମୃତକ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ବାଲିସାହି ଗ୍ରାମର ଲକ୍ଷ୍ମୀ ନାୟକ ଓ ନିରେଇ ଦାସ। ଗୁରତର ମହିଳା ଜଣକ ହେଲେ ପୁଷ୍ପାଞ୍ଜଳି ବେହେରା।

କଲଭର୍ଟରେ ପିଟିହେଲା କାର

ଏମାନେ ସମସ୍ତେ ଏକ ଇଣ୍ଡିଗୋ କାର ଯୋଗେଁ ଢେଙ୍କାନାଳରୁ କାମ ସାରି ଘରକୁ ଫେରୁଥିବା ସମୟରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତା ଖଟୁଆହାତା ଛକ ନକଟରେ ଭାରସମ୍ୟ ହରାଇ କାରଟି କଲଭର୍ଟରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଥିଲା। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରତରଙ୍କୁ ଆମ୍ବୁଲାନ୍ସ ଯୋଗେଁ ଢେଙ୍କାନାଳ ମେଡିକାଲ ପଠାଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.