ETV Bharat / state

ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହେଲେ 2 କରୋନା ପଜିଟିଭ

ରବିବାର ଢେଙ୍କାନାଳ ଜିଲ୍ଲାରେ ପୁଣି 2 କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 35ରେ ପହଞ୍ଚିଛି ।

Denkanal covid-19 update
ଢେଙ୍କାନାଳରେ ପୁଣି 2 କରୋନା ପଜିଟିଭ
author img

By

Published : Jun 7, 2020, 3:45 PM IST

ଢେଙ୍କାନାଳ: ରବିବାର ଜିଲ୍ଲାରୁ ପୁଣି ୨ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି । ଚିହ୍ନଟ ଦୁଇଜଣଙ୍କ ମଧ୍ୟରୁ ଜଣେ କାମାକ୍ଷାନଗର ଉପଖଣ୍ଡ ଜିରାଳ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସେ ଗତ ମେ ମାସ 26ରେ ତାମିଲନାଡୁରୁ ଫେରିଥିଲେ ।

ସେହିଭଳି ଆଉ ଜଣେ ଆକ୍ରାନ୍ତ ଗତ 1ରେ ଦିଲ୍ଲୀରୁ ଫେରି ଭୁବନ ବ୍ଲକ ବେଢା଼ପାଳ ସଙ୍ଗରୋଧ କେନ୍ଦ୍ରର ଥିଲେ । ଗତ ୪ ତାରିଖରେ ଉଭୟଙ୍କ ସ୍ବାବ ପରୀକ୍ଷା ହୋଇଥିଲା । ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଆଜି ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

ବର୍ତମାନ ଜିଲ୍ଲାରେ ମୋଟ ୩ହଜାର ୬ଶହ ୭୭ଜଣଙ୍କର ସ୍ବାବ ଟେଷ୍ଟ ରିପୋର୍ଟ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ଜଣ ପଜିଟିଭ ଜଣାପଡିଥିଲା । ଅପରପକ୍ଷରେ ୩୫ ଜଣଙ୍କ ମଧ୍ୟରୁ ଚିକିତ୍ସା ପରେ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.