ETV Bharat / state

ଢେଙ୍କାନାଳରେ 15 କୋରୋନା ପଜିଟିଭ ଚିହ୍ନଟ, 7 ସୁସ୍ଥ - dhenkanal corona update

ରବିବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୧୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 165ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

15 New corona positive identified in dhenkanal, 7 recovered
ଢେଙ୍କାନାଳରେ 15 କୋରୋନା ପଜିଟିଭ ଚିହ୍ନଟ, 7 ସୁସ୍ଥ
author img

By

Published : Jul 26, 2020, 3:47 PM IST

ଢେଙ୍କାନାଳ: ରାଜ୍ୟରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା । ଏହି କ୍ରମରେ ରବିବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୧୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 165ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଗଦିଁଆ ବ୍ଳକରୁ ୫, ଭୁବନ ମହୁଲପାଳରୁ ୫, ଭୁବନ ଏନଏସିରୁ ୨ ଜଣ, ବେଢାପାଳ, ଓଡାପଡା ବ୍ଳକ ନାଧେରା ଓ ସଦର ବ୍ଳକ ଚନ୍ଦ୍ରଶେଖରପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ବ୍ୟକ୍ତି ତେଲେଙ୍ଗାନାରୁ, ଜଣେ କଟକରୁ ଓ ଅନ୍ୟ ଜଣେ ସମ ହସ୍ପିଟାଲରୁ ଆସିଥିବା ବେଳେ ୩ ଜଣ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୯ ଜଣ କୋରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ କ୍ବାରେଣ୍ଟାଇନରେ ରହୁଥିଲେ । ଏମାନଙ୍କର ସ୍ବାବ ଟେଷ୍ଟ ପରେ ରିର୍ପୋଟ ପଜିଟିଭ ଆସିଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନେ ରହୁଥିବା ସମସ୍ତ ସଙ୍ଗରୋଧ କେନ୍ଦ୍ର ଓ ଗୃହକୁ ସାନିଟାଇଜ କରାଯାଇଛି ।

ସେପଟେ ଜିଲ୍ଲାରେ ଚିକିତ୍ସା ପରେ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୧୬୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୯ ଜଣ ଚିକିତ୍ସା ପରେ ସୁସ୍ଥହୋଇ ଘରକୁ ଫେରିଛନ୍ତି । ସେହିପରି ୫୬ ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ରହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.