ETV Bharat / state

ଢେଙ୍କାନାଳ ସହରରୁ ୧୨ଫୁଟର ଅଜଗର ଉଦ୍ଧାର

author img

By

Published : May 24, 2022, 11:45 AM IST

ଢେଙ୍କାନାଳ ସହର ଖମାର ସାହିର ଦେବାଶିଷ ରଥଙ୍କ ଘରୁ ୧୨ ଫୁଟ ଏକ ଅଜଗର ସାପ ଉଦ୍ଧାରକଲା ଉଦ୍ଧାରକାରୀ ଟିମ୍ । ଅଧିକ ପଡନ୍ତୁ

ଢେଙ୍କାନାଳ ସହରରୁ ୧୨ଫୁଟର ଅଜଗର ଉଦ୍ଧାର
ଢେଙ୍କାନାଳ ସହରରୁ ୧୨ଫୁଟର ଅଜଗର ଉଦ୍ଧାର

ଢେଙ୍କାନାଳ: ଘରେ ପଶିଗଲା ବିଶାଳକାୟ ଅଜଗର । ଢେଙ୍କାନାଳ ସହରର ଖମାର ସାହିର ଜଣେ ବ୍ୟକ୍ତିଙ୍କ ଘରେ ୧୨ ଫୁଟର ଅଜଗର ପସିଯାଇଥିବାରୁ ସାପଟିକୁ ଉଦ୍ଧାର କଲା ଉଦ୍ଧାରକାରୀ ଟିମ୍ । ଏହାପରେ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡାଯାଇଥିବା ସୂଚନା ମିଳିଛି । ସୁଚନା ଅନୁଯାୟୀ ଖମାର ସାହିର ଦେବାଶିଷ ରଥଙ୍କ ଘର ବିତରକୁ ଏକ ଅଜଗର ସାପ ପଶି ଯାଇଥିଲା । ପରିବାର ଲୋକେ ବିରାଟକାୟ ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ ।

ଢେଙ୍କାନାଳ ସହରରୁ ୧୨ଫୁଟର ଅଜଗର ଉଦ୍ଧାର

ଏନେଇ ଖବର ପାଇ ବନ୍ୟ ଜନ୍ତୁ ଓ ସାପ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଘର ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ବନ ବିଭାଗ କର୍ମଚାରୀ ଓ ସାପ ଉଦ୍ଧାରକାରୀ ଦଳ ମିଳିତଭାବେ କପିଳାଶ ରାସ୍ତାର ଭଗବାନପୁର ନିକଟ ଜଙ୍ଗଲ ମଧ୍ୟରେ ସାପଟିକୁ ସୁରକ୍ଷିତ ଭାବେ ଛାଡିଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.