ETV Bharat / state

ଢେଙ୍କାନାଳରେ ପୁଣି ୧୦୭ କୋରୋନା ପଜିଟିଭ - କୋରୋନା ପଜିଟିଭ

ଢେଙ୍କାନାଳ ଜିଲ୍ଲାରେ ସୋମବାର ୧୦୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୬୬୫ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଢେଙ୍କାନାଳ ଜିଲ୍ଲାରେ ୧୦୭ କୋରୋନା ପଜିଟିଭ
ଢେଙ୍କାନାଳ ଜିଲ୍ଲାରେ ୧୦୭ କୋରୋନା ପଜିଟିଭ
author img

By

Published : Aug 10, 2020, 5:25 PM IST

ଢେଙ୍କାନାଳ: ଜିଲ୍ଲାରେ ସୋମବାର ୧୦୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଢେଙ୍କାନାଳ ଜିଲ୍ଲାରେ ଏକକାଳୀନ ସର୍ବାଧିକ ବୋଲି ଜଣାପଡିଛି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୬୬୫ରେ ପହଞ୍ଚିଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ୩୫୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ଏବେ ମଧ୍ୟ ୩୧୩ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଜଣଙ୍କର କୋରୋନା କାରଣରୁ ମୃତ୍ୟୁ ହୋଇଛି ।

ସୋମବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନ ବିଜ୍ଞାପିତ ପରିଷଦ ଅଂଚଳରୁ ୯୦ଜଣ ପଜିଟିଭ ରହିଛନ୍ତି । ସେଥିପାଇଁ ଏହି ଅଞ୍ଚଳ ଢେଙ୍କାନାଳ ଜିଲ୍ଲା ପାଇଁ ହଟସ୍ପଟ ପାଲଟିଛି । ଅପରପକ୍ଷରେ ଭୁବନ ବ୍ଲକରୁ ୯ଜଣ, ଓଡ଼ପଡା ବ୍ଲକରୁ ଜଣେ ଆକ୍ରାନ୍ତ ଓ 7ଜଣ ଭୁବନେଶ୍ୱର ଏମ୍ସକୁ ଚିକିତ୍ସିତ ହେବାକୁ ଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ମାତ୍ର ୪ଜଣ ରହିଥିବା ବେଳେ ଅନ୍ୟ ସମସ୍ତ ୧୦୩ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ସୋମବାରର ସ୍ଥିତିରୁ ଢେଙ୍କାନାଳ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣର ବଢୁଥିବା ସ୍ପଷ୍ଟ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.