ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖଟଖୁରା ଗ୍ରାମସ୍ଥିତ ନୂଆସାହିରେ ଭୟାବହ ଅଗ୍ନିକାଣ୍ଡ(Fire break out in Dhenkanal)। ଏହି ଅଗ୍ନିକାଣ୍ଡରେ ଜଳିଗଲା ୫ଟି ପରିବାରର ୧୦ ବଖରା ଘର । ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ୫ଟି ପରିବାର ହେଉଛନ୍ତି ସନାତନ ବିଶ୍ୱାଳ, ବିରଞ୍ଚି ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ଜମ୍ବେଶ୍ୱର ବିଶ୍ୱାଳ, ରବି ବିଶ୍ୱାଳ ଓ ଗୋଲେଖ ବିଶ୍ୱାଳ ।
ସୂଚନା ମୁତାବକ ଆଜି ଅପରାହ୍ନ ୧୨ ଟାରେ ସନାତନଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହାଦେଖି ପରିବାର ଲୋକେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ । ହେଲେ ଆଖି ପିଛୁଳାକେ ପାଖରେ ଥିବା ଅନ୍ୟ ଘର ଗୁଡ଼ିକୁ ନିଆଁ ଲାଗି ଯାଇଥିଲା । ଯେଉଁଥିରେ କି ୫ଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି(10 room destroyed in fire burn) ।
ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ୫ଟି ପରିବାର ୧୦ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ଅତ୍ୟାବଶ୍ୟକ ଜିନିଷ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଏଭଳି କହିଛନ୍ତି ଅଗ୍ନିଶମବାହିନୀ ଅଧିକାରୀ । ସେପଟେ ଘଟଣାସ୍ଥଳରେ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଓ ଆରଆଇ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ୫ପରିବାରକୁ ପ୍ରାଥମିକ ସହାୟତା ଯୋଗାଇ ଦେଇଛନ୍ତି । ଏ ସମ୍ପର୍କରେ ଅଗ୍ନିବିପନ୍ନ ଜମ୍ବେଶ୍ବର ବିଶ୍ବାଳ କହିଛନ୍ତି, ''ଆମେ କିଛି ଜାଣିନୁ ଆଜ୍ଞା । ମୁଁ ଘରେ ଶୋଇଥିଲି । ହଠାତ ଘର ଭିତରୁ ଓ ବାହାରୁ ଲୋକଙ୍କ ପାଟି ଶୁଭିଲା । ପରିବାର ଲୋକେ ମଧ୍ୟ ପାଟି କରୁଥିଲେ । ଖଟରୁ ଉଠି ଯାଇ ଦେଖିଲା ବେଳକୁ ଘରେ ହୁତୁ ହୁତୁ ହୋଇ ନିଆଁ ଜଳୁଛି । ଭୟରେ ଆମେ ସମସ୍ତେ ଘରୁ ବାହାରି ଆସିଲୁ । ଏହାପରେ ଦେଖୁ ଦେଖୁ ନିଆଁ ମାଡ଼ିଗଲା ଅନ୍ୟଘରକୁ । ସବୁକିଛି ଛାରଖାର ହୋଇଗଲା ଆମର ।''
ସେହିପରି ଅଗ୍ନିଶମ ଅଧିକାରୀ ଶ୍ରୀକାନ୍ତ ବଳବନ୍ତରାୟ କହିଛନ୍ତି, ଖବରପାଇ ଆମେ ପହଞ୍ଚିଲା ବେଳକୁ ନିଆଁରେ ୫ବଖରା ଜଳିସାରିଥିଲା । ତେବେ ଏହି ନିଆଁ ସଟସର୍କିଟରୁ ହୋଇଥାଇପାରେ ବୋଲି ଅନୁମାନ କରୁଛୁ । ଏବେ ଯାଏଁ କିଛି ଜଣା ପଡ଼ିନାହିଁ ।''
ଇଟିଭି ଭାରତ, ଢେଙ୍କାନାଳ