ETV Bharat / state

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଘଟଣା: ବିଫଳ ପ୍ରେମ କାହାଣୀରେ ରକ୍ତ ଛିଟା ଦେଇଥିଲା ପ୍ରେମିକ

author img

By

Published : Apr 11, 2023, 8:02 AM IST

Updated : Apr 11, 2023, 8:26 AM IST

ବିଚ ରାସ୍ତାରେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଘଟଣା । ଯୁବତୀଙ୍କୁ ହତ୍ୟା କରିଥିଲା ପ୍ରେମିକ। ଅଧିକ ପଢନ୍ତୁ

woman finance company employee murder case

ଦେବଗଡ: ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା । ଯୁବତୀଙ୍କୁ ହତ୍ଯା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ପ୍ରେମିକ । ପ୍ରେମ ବିଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ସହଯୋଗୀ ସହ ମିଶି ଯୁବତୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ପ୍ରେମିକ । ଦେବଗଡ଼ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ସମ୍ବଲପୁର ରେଙ୍ଗାଲୀ ଥାନା ଅଞ୍ଚଳ ପଣ୍ଡଲୋଇ ଗ୍ରାମର ଅଶ୍ୱିନୀ ଷଣ୍ଢ ଓ ତାର ସହଯୋଗୀ ଶ୍ୟାମ ଖଡ଼ିଆ । ପ୍ରେମରେ ବିଫଳତା ଯୋଗୁଁ ପ୍ରେମିକ ଅଶ୍ବିନୀ ଏଭଳି ବିଭତ୍ସ ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିବା ପୋଲିସ କହିଛି ।

ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ''ବୁର୍ଲାରେ କାମ କରିବା ସମୟରେ ରୀତାଙ୍କ ସହିତ ଅଶ୍ବିନୀଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ତେବେ ରିତାଙ୍କର ଦେବଗଡ ବଦଳି ହେବା ପରେ ସେ ଅଶ୍ବିନୀଙ୍କ ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ଉଭୟଙ୍କ ପ୍ରେମ ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଯାହା ଫଳରେ ପ୍ରେମିକ ଅଶ୍ବିନୀ ପ୍ରତିଶୋଧ ପରାୟଣ ହୋଇ ରିତାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ।

ଯୋଜନା ମୁତାବକ ଏପ୍ରିଲ 4 ତାରିଖ ରାତି ପ୍ରାୟ 11ଟା ସମୟରେ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ନାମକ ଏକ ଘରୋଇ କମ୍ପାନୀ ସମ୍ମୁଖରେ ରିତା ସାହୁଙ୍କୁ ଦୁଇ ଅଭିଯୁକ୍ତ ଆକ୍ରମଣ କରିଥିଲେ । ଛୁରୀରେ ଗଳା କାଟିବା ପରେ ପଥରରେ ଆକ୍ରମଣ କରିବାରୁ ରୀତା ଚିତ୍କାର କରିଥିଲେ । ଫଳରେ ଅଫିସ କର୍ମଚାରୀ ରୀତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁଇ ଅଭିଯୁକ୍ତ ସେଠାରୁ ଫେରାର ହୋଇ ଯାଇଥିଲେ । ଏହାପରେ ଅଫିସର ଅନ୍ୟ ସହଯୋଗୀ କର୍ମଚାରୀମାନେ ରୀତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତରଖାନାରେ ଡାକ୍ତର ରିତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ଆଦର୍ଶ ଥାନା ପୋଲିସକୁ ଖବର ଦେଇଥିଲେ ରିତାଙ୍କ ଅଫିସ କର୍ମଚାରୀ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ କ୍ରାଇମ ସିନ ରିକ୍ରିଏସନ କରିଥିଲା ।

ତେବେ ଯୁବତୀଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତଭିଜା କପଡା ଲୁଚାଇବା ସହିତ ଘଟଣାସ୍ଥଳରୁ ଅଶ୍ବିନୀ ଓ ସହଯୋଗୀ ଶ୍ୟାମ ଏକ ବାଇକ ଚୋରୀ କରି ଫେରାର ହୋଇଯାଇଥିଲେ । କ୍ରାଇମ ସିନ ରିକ୍ରିଏସନ ସମୟରେ ହତ୍ୟାକାଣ୍ଡ ସମ୍ପର୍କରେ ଅଭିଯୁକ୍ତ ଦ୍ବୟ ପୋଲିସକୁ କହିଥିଲେ । ଘଟଣାସ୍ଥଳରୁ ପୋଲିସ ହତ୍ୟାରେ ବ୍ୟବହୃତ ଛୁରୀ ବିଭିନ୍ନ ସାମଗ୍ରୀ ଜବତ କରିଛି । ଅନ୍ୟପଟେ ଚେରୁ ଓରଫ ଶ୍ୟାମଙ୍କ ନାମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଇଟିଭି ଭାରତ, ଦେବଗଡ

Last Updated : Apr 11, 2023, 8:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.