ETV Bharat / state

ଜଳ ଘେରରେ ବିତୁଛି ଜୀବନ, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ

ପାଣି ଯେତିକି ବଢୁଛି ଭୟ ବି ସେତିକି ବଢୁଛି । ଜଳ ଘେରରେ ବିତୁଛି ଜୀବନ । ପ୍ରତିଟି ମୁହୂର୍ତ୍ତରେ ବିପଦକୁ ସାମ୍ନା କରୁଛନ୍ତି ଗ୍ରାମବାସୀ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ସୁନାମୁଣ୍ଡା ଗ୍ରାମରେ । ଗାଁକୁ ରେଙ୍ଗାଳି ଜଳଭଣ୍ଡାର ଘେରିଛି ଫଳରେ ଡରି ଡରି ରହୁଛନ୍ତି ଗାଁ ଲୋକ । ଏଥିପ୍ରତି ପ୍ରଶାସନର ନଜର ନାହିଁ । ଅଧିକ ପଢନ୍ତୁ...

author img

By

Published : Oct 3, 2021, 9:23 AM IST

ଜଳ ଘେରରେ ବିତୁଛି ଜୀବନ
ଜଳ ଘେରରେ ବିତୁଛି ଜୀବନ

ଦେବଗଡ: ଜୁଆଡେ ଚାହିଁବ ପାଣି ଆଉ ପାଣି । ପାଣି ଯେତିକି ବଢୁଛି ଭୟ ବି ସେତିକି ବଢୁଛି । ଜଳ ଘେରରେ ବିତୁଛି ଜୀବନ । ପ୍ରତିଟି ମୁହୂର୍ତ୍ତରେ ବିପଦକୁ ସାମ୍ନା କରୁଛନ୍ତି ଗ୍ରାମବାସୀ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ସୁନାମୁଣ୍ଡା ଗ୍ରାମରେ । ଗାଁକୁ ରେଙ୍ଗାଳି ଜଳଭଣ୍ଡାର ଘେରିଛି ଫଳରେ ଡରି ଡରି ରହୁଛନ୍ତି ଗାଁ ଲୋକ । ଏଥିପ୍ରତି ପ୍ରଶାସନର ନଜର ନାହିଁ ।

ଜଳ ଘେରରେ ବିତୁଛି ଜୀବନ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ରାଇତାବାହାଳ ପଞ୍ଚାୟତର ରେଙ୍ଗାଳି ଜଳଭଣ୍ଡାର ତଟରେ ଅବସ୍ଥିତ ସୁନାମୁଣ୍ଡା ଗାଁ । ଏହି ଗାଁ ରେ ଆଜକୁ ଦୀର୍ଘ 30 ବର୍ଷରୁ ଅଧିକ ହେଲା ବସବାସ କରି ଆସୁଛନ୍ତି 20ଟି ପରିବାର । ଏହି ଗାଁଟି ରେଙ୍ଗାଳି ଜଳଭଣ୍ଡାରର ପରିସୀମା ମଧ୍ୟରେ ରହିଥିବାରୁ ଗାଁକୁ ଚତୁର୍ପାର୍ଶ୍ଵରୁ ଘେରି ରହିଛି ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ବାରା ସୃଷ୍ଟି ହୋଇଥିବା ବିସ୍ତୀର୍ଣ୍ଣ ଜଳଭଣ୍ଡାର । ମୁଖ୍ୟତଃ ଏହି ଗାଁଟି ପ୍ରତିବର୍ଷ ବର୍ଷାଋତୁରେ ଜଳବନ୍ଦୀ ହୋଇ ରହୁଛି ।

ଜଳଭଣ୍ଡାରକୁ ଅଧିକ ଜଳ ପ୍ରବାହିତ ହେବା ଯୋଗୁଁ ଜଳସ୍ତର ବୃଦ୍ଧି ପାଇ ଗାଁକୁ ମାଡି ଆସି ନାହିଁ ନଥିବା କ୍ଷୟକ୍ଷତି ଘଟାଉଛି । ଗାଁରେ ବସବାସ କରୁଥିବା ସମସ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ କୌଣସି ଅନ୍ୟ ଉପାୟ ନପାଇ ଜୀବନକୁ ପାଣି ଛଡାଇ ବର୍ଷ ବର୍ଷ ଧରି ଏଠାରେ ପଡି ରହିଛନ୍ତି । ଖରା ବର୍ଷା ସହି ଅମଳ କରିଥିବା ବିଭିନ୍ନ ଫସଲ ମଧ୍ୟ ପାଣି ସ୍ରୋତରେ ଉଜୁଡି ଯାଉଛି । ରେଙ୍ଗାଳି ଜଳଭଣ୍ଡାରର ପରିସୀମା ମଧ୍ୟରେ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ରହିଛି । ସେଠାରେ ବସବାସ କରି ଆସୁଥିବା ଏହି ଗରିବ ପରିବାରଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯିବାକୁ ଗ୍ରାମବାସୀ ବହୁବର୍ଷ ହେଲା ଦାବି କରୁଥିଲେ ମଧ୍ୟ ପ୍ରଶାସନ ଚୁପ ବସିଛି । କେବେ ପ୍ରଶାସନ ଏମାନଙ୍କ କଥା ଶୁଣୁଛି ତାହା ଦେଖିବା ବାକି ରହିଲା ।

ଦେବଗଡ଼ରୁ ସରୋଜ ଶତପଥି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.