ETV Bharat / state

ଦୁଇବର୍ଷ ହେଲା ଭୁଶୁଡି ପଡିଛି ପୋଲ, ଅଭିଯୋଗ କଲେ ମିଳୁଛି ଫମ୍ଫା ପ୍ରତିଶୃତି - ତିଳେଇବଣି ବ୍ରିଜ ସମସ୍ୟା

ଦୁଇବର୍ଷ ହେଲା ଭୁଶୁଡି ପଡିଛି ପୋଲ । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଶୁଣୁନି ପ୍ରଶାସନ । ଦେବଗଡ ତିଳେଇବଣି ବ୍ଲକର ଦେସୀଙ୍କୁଳି ଗାଁରେ ଏଭଳି ସମସ୍ୟା ଭୋଗୁଛନ୍ତି ଲୋକେ । ଅଧିକ ପଢନ୍ତୁ

ଦୁଇବର୍ଷ ହେଲା ଭୁଶୁଡି ପଡିଛି ପୋଲ,ଶୁଣୁନି ପ୍ରଶାସନ

author img

By

Published : Jul 21, 2022, 11:15 AM IST

ଦେବଗଡ଼: ଲୋକଙ୍କ ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ । ନାଳ ଉପରେ ଥିବା ବହୁବର୍ଷର ପୁରୁଣା ପୋଲଟି ବର୍ଷାରେ ଧୋଇ ଯିବାରୁ ଦୀର୍ଘ ଦୁଇବର୍ଷ ହେଲାଣି ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି ଗ୍ରାମବାସୀ । ସେପଟେ ନାଳ ଉପରେ ପୋଲଟିଏ ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ବି ଶୁଣୁନି ପ୍ରଶାସନ । ଦେବଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଗମନାଗମନ ବ୍ୟବସ୍ଥାର ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ତିଳେଇବଣି ବ୍ଲକର ଦେସୀଙ୍କୁଳି ଗାଁରେ ।

ଦୁଇବର୍ଷ ହେଲା ଭୁଶୁଡି ପଡିଛି ପୋଲ,ଶୁଣୁନି ପ୍ରଶାସନ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତର ଦେସୀଙ୍କୁଳି ଗାଁରେ ବସବାସ କରନ୍ତି 40ଟି ଆଦିବାସୀ ପରିବାର । ବଣ ପାହାଡ଼ ଘେରା ଏହି ଗାଁକୁ ରହିଛି କେବଳ ଗୋଟିଏ ମାତ୍ର ରାସ୍ତା । ଏହି ରାସ୍ତାରେ ପ୍ରବାହିତ ହୋଇଥାଏ ନିକ୍ତିମାଳ ନାଳ । ଏହି ଗାଁକୁ ଯାତାୟତ ପାଇଁ ସରକାର ବହୁ ବର୍ଷ ପୂର୍ବରୁ ଏହି ନାଳ ଉପରେ ନିର୍ମାଣ କରିଥିଲେ ଗୋଟିଏ ପୋଲ । ମାତ୍ର ଏହି ପୁରୁଣା ପୋଲଟି ଗତ ଦୁଇବର୍ଷ ପୂର୍ବରୁ ବନ୍ୟାରେ ଧୋଇଯିବା ପରେ ଗାଁକୁ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି ଗ୍ରାମବାସୀ ।

ବିଶେଷ କରି ବର୍ଷାଋତୁରେ ଏହି ନାଳରେ ଯାତାୟତ କରିବା ସମ୍ଭବପର ହେଉନାହିଁ । ତେଣୁ ବର୍ଷାଋତୁରେ ଅଧିକାଂଶ ଦିନ ଏହି ନାଳରେ ବନ୍ୟା ଆସିବା ଫଳରେ ଏହି ଗାଁଟି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହୁଛି । ଏହି ନାଳ ପାରି ହୋଇ ପିଲାମାନେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ପାରୁ ନାହାନ୍ତି କି ଚାଉଳ ଓ ଭତ୍ତା ତଥା ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚି ପାରୁନାହାନ୍ତି ।

ଏପରିକି ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ । ନାଳ ପ୍ରତିବନ୍ଧକ ପାଇଁ ଗ୍ରାମବାସୀ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି । ସବୁଠାରୁ ପରିତାପର ବିଷୟ ଯେ , ଏହି ନାଳ ଉପରେ ନୂତନ ପୋଲଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଆଜକୁ ଦୀର୍ଘ ଦୁଇବର୍ଷ ହେଲା ସ୍ଥାନୀୟ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଆସୁଛନ୍ତି । ସବୁଠି ମିଳୁଛି କେବଳ ପ୍ରତିଶୃତି । ମାତ୍ର ପ୍ରତିଶୃତି କାର୍ଯ୍ୟକାରୀ କରିବାରେ କାହାରି ତିଳେ ହେଲେ ବି ଆନ୍ତରିକତା ଥିବା ଭଳି ମନେ ହେଉନାହିଁ ।

ଇଟିଭି ଭାରତ,ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.