ETV Bharat / state

ଶୁଣିଲାନି ପ୍ରଶାସନ, ବାସଗୃହ ପାଇଁ ଗ୍ରାମବାସୀ କାଟିଲେ ସଂରକ୍ଷିତ ଜଙ୍ଗଲ

author img

By

Published : Nov 5, 2020, 1:32 AM IST

ଦେବଗଡ ବାରକୋଟ ବ୍ଲକ କାଦୋପଡା ପଞ୍ଚାୟତର ଦୁର୍ଗମ ପାହାଡିଆ ଅଞ୍ଚଳର ଲୋକଙ୍କ ଦାବି ଶୁଣିଲାନି ପ୍ରଶାସନ । ଶେଷରେ ବାଧ୍ୟହୋଇ ବାସଗୃହ ପାଇଁ ଗ୍ରାମବାସୀ କାଟିଲେ ସଂରକ୍ଷିତ ଜଙ୍ଗଲ । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ, ବାସଗୃହ ପାଇଁ ଗ୍ରାମବାସୀ କାଟିଲେ ସଂରକ୍ଷିତ ଜଙ୍ଗଲ
ଶୁଣିଲାନି ପ୍ରଶାସନ, ବାସଗୃହ ପାଇଁ ଗ୍ରାମବାସୀ କାଟିଲେ ସଂରକ୍ଷିତ ଜଙ୍ଗଲ

ଦେବଗଡ : ଶୁଣିଲାନି ପ୍ରଶାସନ । ଶେଷରେ ଆଇନକୁ ହାତକୁ ନେଲେ ଗ୍ରାମବାସୀ । ଗୃହ ନିର୍ମାଣ ପାଇଁ କାଟିଲେ ଏକର ଏକର ପରିମିତ ସଂରକ୍ଷିତ ଜଙ୍ଗଲ । ନଷ୍ଟ ହୋଇଗଲା ଶହ ଶହ ସଂଖ୍ୟାରେ ମୂଲ୍ୟବାନ ବୃକ୍ଷ । ଏଭଳି ଘଟଣା ଦେଖିବାକୁ ମିଳିଛି ବାରକୋଟ ରେଞ୍ଜ ଅଧିନ ବଡ଼ତଇଲା ସଂରକ୍ଷିତ ଜଙ୍ଗଲରେ ।

ସୂଚନା ଅନୁଯାୟୀ ବାରକୋଟ ବ୍ଲକ କାଦୋପଡା ପଞ୍ଚାୟତର ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଛି ମହୁପାଳ ଗାଁ । ଏହି ଗାଁରେ ବସବାସ କରନ୍ତି 30 ଆଦିବାସୀ ପରିବାର । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି । ଏଥି ସହିତ ଗାଁ ଟି ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଥିବାରୁ ବର୍ଷ ତମାମ ଗାଁରେ ହାତୀ ଉପଦ୍ରଵ ଗ୍ରାମବାସୀଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି । ତେଣୁ ଗ୍ରାମବାସୀଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନରେ ଥଇଥାନ କରାଇବା ପାଇଁ ଆଜକୁ ବହୁବର୍ଷ ହେଲା ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳୁଛି , ହେଲେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି କାରଣରୁ ପ୍ରଶାସନ ଉପରୁ ଆସ୍ଥା ତୁଟାଇ ଗତ କିଛଦିନ ପୂର୍ବରୁ ମହୁପାଳ ଗ୍ରାମବାସୀ ଏକତ୍ରିତ ହୋଇ ପାହାଡ ପାଦଦେଶରେ ଥିବା ବଡ଼ତଇଲା ସଂରକ୍ଷିତ ଜଙ୍ଗଲରେ ପ୍ରାୟ ଚାରି ଏକରରୁ ଉର୍ଦ୍ଧ ପରିମିତ ଜଙ୍ଗଲକୁ ସଫା କରି ସେଠାରେ ବାସଗୃହ ନିର୍ମାଣ ପାଇଁ ଉଦ୍ୟମ କରିଥିଲେ ।

ଏସମ୍ପର୍କରେ ବାରକୋଟ ବନବିଭାଗ କର୍ମଚାରୀ ମାନେ ଖବର ପାଇ ପୋଲିସ ସହାୟତାରେ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ସେଠାରୁ ଉଚ୍ଛେଦ କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.