ETV Bharat / state

ପରିତ୍ୟକ୍ତ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର, ପାଣିରେ ପଡିଲା ଲକ୍ଷାଧିକ ଟଙ୍କା - ପରିତ୍ୟକ୍ତ ହୋଇପଡିରହିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

କାମରେ ଆସୁନି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର । ଦୁଇବର୍ଷ ହେଲା ପରିତ୍ୟକ୍ତ ଭାବେ ପଡିରହିଛି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଚିକିତ୍ସା କେନ୍ଦ୍ର କୋଠା । ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ...

veterinary center is being abandoned in debgarh
ପରିତ୍ୟକ୍ତ ହୋଇପଡିରହିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର
author img

By

Published : Feb 15, 2021, 7:17 PM IST

ଦେବଗଡ଼: କାମରେ ଆସୁନି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର । ଦୁଇବର୍ଷ ହେଲା ପରିତ୍ୟକ୍ତ ଭାବେ ପଡିରହିଛି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଚିକିତ୍ସା କେନ୍ଦ୍ର କୋଠା । ଗ୍ରାମାଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ସରକାରଙ୍କ ପଶୁ ସମ୍ପଦ ବିଭାଗ ପକ୍ଷରୁ ଦେବଗଡ଼ର କଣ୍ଟାବାହାଳ ଗାଁରେ ନିର୍ମାଣ କରାଯାଇଥିଲା ଏକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର । ଏହି କେନ୍ଦ୍ରରେ ବ୍ୟୟ ହୋଇଛି ପ୍ରାୟ ଲକ୍ଷାଧିକ ଟଙ୍କା ।

ପରିତ୍ୟକ୍ତ ହୋଇପଡିରହିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ମାତ୍ର ପରିତାପର ବିଷୟ ଯେ ଆଜକୁ ଦୀର୍ଘ ଦୁଇବର୍ଷ ହେଲା ଏହି ନବନିର୍ମିତ କେନ୍ଦ୍ରଟି ନିର୍ମାଣ ହେବା ପରଠାରୁ ଏଯାଏଁ ବ୍ୟବହାରକ୍ଷମ ହୋଇନପାରି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । କେନ୍ଦ୍ରଟି ଲତାବୁଦା ଆଢୁଆଳରେ ଲୁଚିଯିବାକୁ ବସିଲାଣି । ଏଥି ପ୍ରତି ନା ଦୃଷ୍ଟି ଅଛି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନା ଅଛି ସ୍ଥାନୀୟ ପ୍ରଶାସନର । ସେପଟେ ଲୋକେ ନିଜନିଜ ଗୃହପାଳିତ ପଶୁଙ୍କ ଚିକିତ୍ସା କରାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ଚିକିତ୍ସା ଅଭାବରୁ ଏଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁସଂଖ୍ୟା କ୍ରମଶଃ ବୃଦ୍ଧିପାଉଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.