ETV Bharat / state

ଦନ୍ତାହାତୀ ଆକ୍ରମଣରେ 2 ଗୁରୁତର - ହାତୀ ଆକ୍ରମଣରେ 2 ଗୁରୁତର

ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରି ଆସୁଥିବାବେଳେ, ଗୁରୁବାର ଏକ ଦନ୍ତାହାତୀ ଆକ୍ରମଣରେ ସୁଗୁଡା ଗାଁର 2 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦନ୍ତାହାତୀ ଆକ୍ରମଣରେ 2 ଗୁରୁତର
ଦନ୍ତାହାତୀ ଆକ୍ରମଣରେ 2 ଗୁରୁତର
author img

By

Published : Oct 8, 2020, 5:36 PM IST

ଦେବଗଡ଼: ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ହାତୀ ଉପଦ୍ରବ । ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରି ଆସୁଥିବାବେଳେ ଗୁରୁବାର ଏକ ଦନ୍ତାହାତୀ ଆକ୍ରମଣରେ ସୁଗୁଡା ଗାଁର 2 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ଦେବଗଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

ଦନ୍ତାହାତୀ ଆକ୍ରମଣରେ 2 ଗୁରୁତର

ସୂଚନା ଅନୁଯାୟୀ, ଦେବଗଡ଼ ରେଞ୍ଜ ଅଧିନସ୍ଥ ସୁଗୁଡା ପଞ୍ଚାୟତର ଶ୍ରୀନିବାସପୁର ଗାଁ ନିକଟରେ ଥିବା ଉଚୁଣି ହୁଳି ଠାରେ ସୁଗୁଡା ଗାଁର କୈଳାଶ ସାହୁ ଓ ମଥୁରା ସାହୁ ନିଜ ଚାଷଜମିରେ କାମ କରୁଥିବାବେଳେ ହଠାତ ଏକ ଦନ୍ତାହାତୀ ଆସି ସେମାନଙ୍କୁ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ଆହତ ହୋଇ ସେମାନେ ଚିତ୍କାର କରୁଥିବାବେଳେ, ନିକଟରେ ଥିବା କିଛି ଗ୍ରାମବାସୀ ଚିତ୍କାର ଶୁଣି ପାଖକୁ ଯାଇ ଆହତଙ୍କୁ ଉଦ୍ଧାର କରିଥିଲେ ।

ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଗ୍ରାମବାସୀ ତୁରନ୍ତ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ ଦେବଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି ।

ଗତ କିଛିଦିନ ହେଲା ସୁଗୁଡା ଓ ଛେପଲିପାଲି ପଞ୍ଚାୟତ ଅଞ୍ଚଳରେ ଏକ ହାତୀପଲ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଲିଥିବା ବେଳେ, ଏହି ଗୋଷ୍ଠୀରେ ଥିବା ଏକ ଦନ୍ତାହାତୀ ଲୋକଙ୍କୁ ଦେଖିବା ମାତ୍ରକେ ଆକ୍ରମଣ କରୁଥିବା ଜଣାଯାଇଛି । ଏଦିଗରେ ବନବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.