ଦେବଗଡ: କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁଲାଇ 18 ଓ 19 ଦୁଇଦିନ ଦେବଗଡ ପୌରାଞ୍ଚଳକରେ ଲକଡାଉନ ଲାଗୁନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ଲକଡାଉନ ଶନିବାର ସକାଳ 5ଟାରୁ ସୋମବାର ସକାଳ 5ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଦେବଗଡରେ ଲାଗୁ ହେବାକୁଥିବା ଲକଡାଉନ ଅବଧି ମଧ୍ୟରେ ସମସ୍ତ ଔଷଧ ଦୋକାନ, ଡାକ୍ତରଖାନା ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଅନୁଷ୍ଠାନ ଖୋଲା ରହିବ । ଏହାଛଡା ସମସ୍ତ ପ୍ରକାର ଜରୁରୀ କାଳୀନ ସେବା ଯଥା ସ୍ବାସ୍ଥ୍ୟ ଓ ପରିମଳ ସେବା , ବିଦ୍ୟୁତ ସେବା , ପାନୀୟ ଜଳ ଯୋଗାଣ, ଅଗ୍ନିଶମ ସେବା, ଆମ୍ବୁଲାନ୍ସ ସେବା ଆଦି ସ୍ବଭାବିକ ରହିବା ବୋଲି ସୂଚନା ଦିଆଯାଇଛି ।
ଅନ୍ୟପକ୍ଷେ ସମସ୍ତ ଫଳ ଦୋକାନ, କ୍ଷୀର ଦୋକାନ, ପନିପରିବା ଦୋକାନ ଆଦି ସକାଳ 6 ଟାରୁ 10ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ଅବଧି ମଧ୍ୟରେ ସମସ୍ତ ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ଆଦି ଖୋଲା ରହିବ । ମାତ୍ର ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ରହିଛି । କୋରନା ସଂକ୍ରମଣର ପ୍ରତିରୋଧ ପାଇଁ ଜନସାଧାରଣ ଏହି ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଆଇନର ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମଧ୍ୟ ଚେତାବନୀ ଦିଆଯାଇଛି ।
ଦେବଗଡ଼ରୁ ସରୋଜ ଶତପଥି ଇଟିଭି ଭାରତ