ETV Bharat / state

ପାଞ୍ଚଦଫା ଦାବି ନେଇ ଚାଷୀ ଓ ଆଦିବାସୀଙ୍କ ମହାସମାବେଶ

author img

By ETV Bharat Odisha Team

Published : Nov 22, 2023, 7:58 PM IST

ଦେବଗଡ଼ ଜିଲ୍ଲାରେ ଚାଷୀ, ଆଦିବାସ, ବନବାସୀ ଓ ଭୂମିହୀନ ଲୋକଙ୍କୁ ନେଇ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଦେବଗଡ଼ ଜିଲ୍ଲାରେ ଚାଷୀ, ଆଦିବାସ, ବନବାସୀ ଓ ଭୂମିହୀନ ଲୋକଙ୍କୁ ନେଇ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଗକୁ ପଢ଼ନ୍ତୁ

ପାଞ୍ଚଦଫା ଦାବି ନେଇ ସରକାରଙ୍କ ଉପରେ ଗର୍ଜିଲେ ଚାଷୀ ଓ ଆଦିବାସୀ ।

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଚାଷୀ, ଆଦିବାସ, ବନବାସୀ ଓ ଭୂମିହୀନ ଲୋକଙ୍କୁ ନେଇ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଚାଷୀ, ଆଦିବାସ, ବନବାସୀ ଓ ଭୂମିହୀନ ଲୋକଙ୍କୁ ନେଇ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଦାବି ପୂରଣ ନକଲେ ଆଗାମୀ ଦିନରେ ଏନେଇ ଜିଲ୍ଲାବ୍ୟାପୀ ଏକ ଜନଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।

ଦେବଗଡ଼ ଜିଲ୍ଲା କୃଷକ ସଂଘର୍ଷ ସଙ୍ଘ ସଭାପତି ସେମ ହେମ୍ବ୍ରମଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଚାଷୀ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଜିଲ୍ଲାର ବାରକୋଟ ରିଆମାଳ ଓ ତିଳେଇବଣି ଆଦି ତିନୋଟି ବ୍ଲକର 70ଟି ପଞ୍ଚାୟତର ଲୋକ ସାମିଲ ହୋଇଥିଲେ । ଏହି ସମାବେଶରେ ବହୁ ସଂଖ୍ୟାରେ ଚାଷୀ, ଆଦିବାସୀ, ବନବାସୀ ଓ ଭୂମିହୀନ ଲୋକ ଯୋଗ ଦେଇଥିଲେ । ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ହଜାର ହଜାର ସଂଖ୍ୟାରେ ଏହି ବର୍ଗର ଲୋକ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ତା’ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏକ ସାଧାରଣ ସଭାରେ ନିଜର ପାଞ୍ଚଦଫା ଦାବି ଉପସ୍ଥାପିତ କରିଥିଲେ । ଉକ୍ତ ଦାବିପତ୍ର ମାଧ୍ୟମରେ ଚାଷୀ ଓ ଆଦିବାସୀ ଲୋକଙ୍କ ଦୀର୍ଘଦିନର ଅସୁବିଧାର ବିଷୟରେ ଲେଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ବିଧାନସଭାବେଳେ ତାତିଲେ ବସ୍ତି ବାସିନ୍ଦା, ପଟ୍ଟା ଦାବିରେ ଆନ୍ଦୋଳନ

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ପ୍ରତି ହେଉଥିବା ଅବହେଳା ବିଷୟରେ କହିଥିଲେ । ତାଙ୍କ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ବେଳେ ଆଦିବାସୀ ଓ ବନବାସୀ ବର୍ଗର ଲୋକେ ହାତରେ ପ୍ଲାକାର୍ଡ଼ ଧରିବା ସହ ସେମାନଙ୍କ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ଦେଖିବାକୁ ମିଳିଥିଲା । ଦୀର୍ଘବର୍ଷରୁ ସରକାରୀ ଜମି ଦାଖଲ କରି ଚାଷ କରି ଆସୁଥିବା ଗରିବ ଆଦିବାସୀ ଓ ଭୂମିହୀନ ଲୋକଙ୍କୁ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା, ଆଦିବାସୀ ବନବାସୀ ଲୋକଙ୍କୁ ଜଙ୍ଗଲ ଜମିର ଅଧିକାର ଓ ସ୍ଥାୟୀ ପଟ୍ଟା ଦିଆଯିବା, ଭୂମିହୀନ ଲୋକଙ୍କୁ ସରକାରଙ୍କ ବସୁନ୍ଧରା ଯୋଜନାରେ 4 ଡିସମିଲ ଘର ଜମିପଟ୍ଟା ଦିଆଯିବା, ଚାଷୀ ମାନଙ୍କ ଜମିର କିଶମ ପରିବର୍ତ୍ତନ କରାଯିବା ଓ ରେଙ୍ଗାଳି ବିସ୍ଥାପିତ ଲୋକଙ୍କ ଲିଜ ଜମି ଚିହ୍ନଟ କରି ସ୍ଥାୟୀ ପଟ୍ଟା ଦିଆଯିବା ଆଦି ପାଞ୍ଚଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସରକାର ଏହି ଦାବି ପୂରଣ ନକଲେ ଆଗାମୀ ଦିନରେ ଏନେଇ ଜିଲ୍ଲାବ୍ୟାପୀ ଏକ ଜନଆନ୍ଦୋଳନ କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସାରା ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.