ETV Bharat / state

ଦେବଗଡ ରାସ୍ତାରେ ଗାଈଗୋରୁ, ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

author img

By

Published : Aug 12, 2023, 10:49 PM IST

ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ଓ ଚାରଣଭୂମି ପାଲଟିଛି ସହରର ରାସ୍ତା । ଯାହାକୁ ନେଇ ସହରାଞ୍ଚଳରେ ଦେଖାଦେଇଛି ଟ୍ରାଫିକ ସମସ୍ୟା । ଅଧିକ ପଢନ୍ତୁ

ଦେବଗଡ ରାସ୍ତାରେ ଗାଈଗୋରୁ
ଦେବଗଡ ରାସ୍ତାରେ ଗାଈଗୋରୁ
ଦେବଗଡ ରାସ୍ତାରେ ଗାଈଗୋରୁ

ଦେବଗଡ଼: ବୁଲା ଗାଈଗୋରୁଙ୍କ ଚାରଣ ଭୂମି ପାଲଟିଛି ଦେବଗଡ଼ ସହର । ସହରର ବଜାର ସାହି ବସ୍ତି ସବୁଠି ବୁଲୁଛନ୍ତି ଶହଶହ ସଂଖ୍ୟାରେ ଗାଈଗୋରୁ ଓ ବୁଲାଷଣ୍ଢ । ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ଓ ଚାରଣଭୂମି ପାଲଟିଛି ସହରର ରାସ୍ତା । ଯାହାକୁ ନେଇ ସହରାଞ୍ଚଳରେ ଦେଖାଦେଇଛି ଟ୍ରାଫିକ ସମସ୍ୟା । ଗାଈଗୋରୁଙ୍କୁ ଗୁହାଳରେ ରଖିବାର ସାମର୍ଥ୍ୟ ନ ଥିବା କେତେକ ଗୋମାଲିକଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଅତିଷ୍ଠ ସହରବାସୀ । ଏନେଇ ଗୋପାଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସହରବାସୀ ।

ସୂଚନା ମୁତାବକ, ଦେବଗଡ଼ ପୌରାରାଞ୍ଚଳରେ ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ସହରର ବିଭିନ୍ନ ସାହି ବସ୍ତି ଜନଗହଳି ପୂର୍ଣ୍ଣ ରାସ୍ତାଘାଟ ଓ ବଜାରରେ ମାଳମାଳ ହୋଇ ବୁଲୁଛନ୍ତି ଗାଈଗୋରୁ । ଫଳରେ ସାରା ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତାଘାଟ ଅପରିଷ୍କାର ଓ ଅସ୍ବାସ୍ଥ୍ୟକର ହୋଇପଡିଛି । ଶହଶହ ସଂଖ୍ୟାରେ ବୁଲା ଗାଈଗୋରୁ ବିଭିନ୍ନ ରାସ୍ତା ଅବରୋଧ କରି ରହୁଥିବାରୁ ଲୋକଙ୍କ ଯାତାୟତରେ ସମସ୍ୟା ଦେଖାଦେଇଛି । ଏନେଇ ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟି ବହୁଲୋକ ଆହତ ହେଉଛନ୍ତି । ସେହିପରି ଯାନବାହନ ଧକ୍କାରେ ଅନେକ ଗାଈଗୋରୁ ମଧ୍ୟ ମୃତ୍ୟବରଣ କରୁଥିବା ଦେଖିବାକୁ ମିଳିଛି । ତେବେ ସହରରେ ଥିବା ଗୋପାଳକମାନେ ଗାଈଗୋରୁଙ୍କୁ ଗୁହାଳ ଘରେ ନରଖି ରାସ୍ତାଘାଟରେ ଛାଡି ଦେଉଛନ୍ତି । ଫଳରେ ଏଭଳି ସମସ୍ୟା ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ- ରାସ୍ତା ଉପରୁ ଉଠାଇ ନେଉଛନ୍ତି ଗାଈଗୋରୁ, ସିସିଟିଭିରେ ଦୃଶ୍ୟ କଏଦ

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ବର୍ତ୍ତମାନ ସହରର ତଳି ଅଞ୍ଚଳରେ ଲୋକେ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଶହଶହ ସଂଖ୍ୟାରେ ଗାଈଗୋରୁ ମାନେ କ୍ଷେତରେ ପଶି ଚାଷ ନଷ୍ଟ କରି ଦେଉଛନ୍ତି । ତେଣୁ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବର୍ଷାରେ ଭିଜିଭିଜି ଗାଈଗୋରୁ ଅକଥନୀୟ ନିର୍ଯ୍ୟାତନା ପାଉଥିଲେ ସୁଦ୍ଧା , ଗୋସୁରକ୍ଷା ନେଇ ଗଳାଫଟା ଚିତ୍କାର କରୁଥିବା ବିଭିନ୍ନ ସଂଗଠନ କାର୍ଯ୍ୟକାର୍ତ୍ତା ମଧ୍ୟ ଏଦିଗରେ ମୁହଁ ଖୋଲୁ ନାହାନ୍ତି । ରାସ୍ତା ଉପରେ ଛାଡି ଦେଉଥିବା ଗୋରୁ ମାଲିକମାନଙ୍କ ପ୍ରତି ସ୍ଥାନୀୟ ପୌର କତ୍ତୃପକ୍ଷ କିମ୍ବା ପ୍ରଶାସନ ଏଯାଏଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନଥିବା କାରଣରୁ ଏହି ସମସ୍ୟା ଦିନକୁ ଦିନ ଅଧିକ ଜଟିଳ ହୋଇ ପଡିଛି । ତେବେ ସ୍ଥାନୀୟ ପ୍ରଶାସନ ଓ ପୌର କତ୍ତୃପକ୍ଷ ରାସ୍ତାଘାଟରେ ବୁଲୁଥିବା ଗାଈଗୋରୁଙ୍କୁ ଏକତ୍ରିତ କରି ସେମାନଙ୍କ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସହରବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.