ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ - ଟିଙ୍କବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ

ରିଆମାଳ ବ୍ଲକ ଅନ୍ତର୍ଗତ ଟିଙ୍କବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇଲେ ଅଭିଭାବକ । ଅଧିକ ପଢ଼ନ୍ତୁ...

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

author img

By

Published : Sep 13, 2021, 8:50 PM IST

ଦେବଗଡ଼: ରିଆମାଳ ବ୍ଲକ ଅନ୍ତର୍ଗତ ଟିଙ୍କବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇଲେ ଅଭିଭାବକ। ଉକ୍ତ ବିଦ୍ୟାଳୟରେ ବିଜ୍ଞାନ, ଗଣିତ, କମ୍ପ୍ୟୁଟର, ସାହିତ୍ୟ, ଇତିହାସ ଓ ଭୂଗୋଳ ବିଭାଗରେ ଶିକ୍ଷକ ନାହାନ୍ତି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ଦେଖାଦେଉଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକ ଓ ଗ୍ରାମବାସୀ କହିଛନ୍ତି ।

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ
ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

୨ ବର୍ଷ ତଳେ ବିଦ୍ୟାଳୟ ବିଜ୍ଞାନ ଓ ଗଣିତ ଶିକ୍ଷକ ଅଭାବ ଯୋଗୁଁ ଦୀର୍ଘ ୨୩ଦିନ ଧରି ବିଦ୍ୟାଳୟରେ ତାଲା ପକାଇଥିଲେ । ଏହାପରେ ରଞ୍ଜନ କୁମାର ପ୍ରଧାନଙ୍କୁ ସ୍କୁଲରେ ନିଯୁକ୍ତ କରାଯାଇଥିଲା । ଏହାପରେ ବିଦ୍ୟାଳୟରେ ପାଠପଢ଼ା ସୁରୁଖୁରୁରେ ଚାଲିଥିଲା । କିଛିଦିନ ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇ ନିବେଦିତା ସାହୁଙ୍କୁ ଏଠାକୁ ଅଣା ଯାଇଥିଲା । ଦେବଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଗତ ୭ ଦିନ ତଳେ ଟିଙ୍କବୀର ଉଚ୍ଚ ବିଦ୍ୟାଳୟରୁ ତାଙ୍କୁ କୁଣ୍ଢେଇଗୋଳା ବଦଳି କରିଛନ୍ତି । ବିଜ୍ଞାନ ଓ ଗଣିତ ଶିକ୍ଷକ ଅଭାବରୁ ପାଠପଢ଼ା ହୋଇପାରିବ ନାହିଁ ବୋଲି ପ୍ରଧାନଶିକ୍ଷକ ଜଗବନ୍ଧୁ ରଣା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବା ସହ ବିଦ୍ୟାଳୟ ସଂପର୍କରେ ଅବଗତ କରିଥିଲେ। କୁଣ୍ଢେଇଗୋଳା ଉଚ୍ଚ ବିଦ୍ୟାଳୟ ୨ ଜଣ ବିଜ୍ଞାନ ଓ ଗଣିତ ଶିକ୍ଷକ ଥିବାବେଳେ ପୁନର୍ବାର ନିବେଦିତା ସାହୁଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି ।

ସାହିତ୍ୟ, ଇତିହାସ, ଭୂଗୋଳ ବିଷୟରେ ୨ବର୍ଷ ହେବ ଶିକ୍ଷକ ଅଭାବ ଯୋଗୁଁ ଖେଳ ଶିକ୍ଷକ ପାଠ ପଢ଼ାଉଛନ୍ତି । ଖେଳ ଶିକ୍ଷକ ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ କିପରି ପାଠ ପଢ଼ାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ଏ ବାବଦରେ ବିଦ୍ୟାଳୟର ଶିକ୍ଷା କମିଟି ଜିଲ୍ଲା ଶିକ୍ଷାଧିକାରୀ ଓ ବିଧାୟକଙ୍କୁ ଅବଗତ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହାକୁ ନେଇ ଆଜି(ସୋମବାର) ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ଖାଲି ଥିବା ଶିକ୍ଷକ ପଦବୀ ଗୁଡିକ ପୂରଣ ନହେଲେ, ତୀବ୍ର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଗ୍ରାମବାସୀ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.