ETV Bharat / state

ବାରକୋଟ ବନାଞ୍ଚଳରେ ମାତିଛନ୍ତି ତସ୍କର, ବାଘଛାଲ ସହ ୫ ଗିରଫ - ଦେବଗଡ ପୋଲିସକୁ ସଫଳତା

ଦେବଗଡ ଜିଲ୍ଲା ବାରକୋଟ ବନାଞ୍ଚଳରେ ପର୍ଦ୍ଦାଫାଶ ହୋଇଛି ବାଘ ଛାଲ ରାକେଟ । ପୋଲିସ ଖବର ପାଇ ଏକ ସ୍ପେଶାଲ ସ୍କ୍ବାର୍ଡ ଗ୍ରାହକ ବେଶରେ ଘଟଣାସ୍ଥଳକୁ ପହଞ୍ଚି ମୁଲଚାଳ ସହ ୫ ଜଣ ଶିକାରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ବାରକୋଟ ବନାଞ୍ଚଳରେ ମାତିଛନ୍ତି ତସ୍କର
ବାରକୋଟ ବନାଞ୍ଚଳରେ ମାତିଛନ୍ତି ତସ୍କର
author img

By

Published : Jan 18, 2022, 8:39 AM IST

ଦେବଗଡ: ଜିଲ୍ଲା ପୋଲିସକୁ ମିଳିଛି ପୁଣି ଏକ ବଡ ସଫଳତା । ଦେବଗଡ ଜିଲ୍ଲା ବାରକୋଟ ବନାଞ୍ଚଳରେ ପର୍ଦ୍ଦାଫାଶ ହୋଇଛି ବାଘ ଛାଲ ରାକେଟ । ପୋଲିସ ଖବର ପାଇ ଏକ ସ୍ପେଶାଲ ସ୍କ୍ବାର୍ଡ ଗ୍ରାହକ ବେଶରେ ଘଟଣାସ୍ଥଳକୁ ପହଞ୍ଚି ମୁଲଚାଳ ସହ ୫ ଜଣ ଶିକାରୀଙ୍କୁ ଗିରଫ କରିଛି । ଏହାସହ ବାଘ ଛାଲ ଏକ ଭୁଜାଲୀ ଓ ମୋବାଇଲ ଫୋନ ଜବତ କରିଛି ପୋଲିସ ।

ବାରକୋଟ ବନାଞ୍ଚଳରେ ମାତିଛନ୍ତି ତସ୍କର

ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ବରେ ସ୍ପେଶାଲ ସ୍କ୍ବାର୍ଡ ସଦଳବଳେ ଗ୍ରାହକ ବେଶରେ ବାଘ ଛାଲ କିଣିବାକୁ ଯାଇଥିଲେ । ସେଠାରେ ବାଘ ଛାଲ ବିକ୍ରି କରିବାକୁ ଆସିଥିବା ଶିକାରୀଙ୍କୁ ପୋଲିସ କାବୁ କରିଛି । ଜବତ ବାଘଛାଲଟି 12 ଲକ୍ଷ ଟଙ୍କାରେ ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡାର ପତି କିସାନ, ବଣେଇ ଥାନାଞ୍ଚଳର ମୁସ୍ତାକଉଦ୍ଦିନ, ଦେବଗଡ଼ ଜିଲ୍ଲା ରମ୍ଭେଇ ପଞ୍ଚାୟତ ଅନ୍ତର୍ଗତ ସିରିଗିଡା ଗ୍ରାମର ଧୀରେନ ନାଏକ, ମହୁଲପଦା ଥାନାଞ୍ଚଳ ଜଗତୀ ଗ୍ରାମର ନିରଞ୍ଜନ ନାଏକ ଓ ଶୁକ୍ର କୋଲ୍ହନକୁ ଗିରଫ କରାଯାଇଥିବା ଜିଲ୍ଲା ପୁଲିସ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।

ବାଘଛାଲଟି କୋଉଠୁ ଶିକାର କରାଯାଇଥିଲା ଓ ଏହା ପଛରେ କୋଉ ରାକେଟ କାମ କରୁଛି ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ବିଗତ କିଛିଦିନ ହେଲା ଦେବଗଡ଼ ବନାଞ୍ଚଳରେ ଅବାଧ ପଶୁ ଶିକାର ଚାଲିଥିବା ବେଳେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇ ପଡିଛନ୍ତି । ବାଘଛାଲ , ହାତୀଦାନ୍ତ ଓ ବଜ୍ରକାପ୍ତା ଆଦି ଚୋରା ଚାଲାଣ ବୃଦ୍ଧି ପାଉଥିବା କାରଣରୁ ବନ୍ୟପ୍ରେମୀ ଓ ପରିବେଶ ବିତ୍ତଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.