ETV Bharat / state

ପଲିଥିନି ଟଣା କୁଡିଆ ସାଜିଛି ସାହାର, ସହାୟତା ଅପେକ୍ଷାରେ ତିନି ଭଉଣୀ

author img

By

Published : Oct 2, 2021, 8:59 AM IST

ବର୍ଷ ବର୍ଷ ଧରି ଗାଁ ମୁଣ୍ଡରେ ପଲିଥିନ ଟଣା ମାଟି ଘରେ ଜୀବନ ବିତାଉଛନ୍ତି ତିନି ଭଉଣୀ । ନା ଅଛନ୍ତି ବାପାମାଆ ନା ଅନ୍ୟ କେଉଁ ସାହାରା । ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ମଧ୍ୟରେ ଦେବଗଡରୁ ସାମ୍ନାକୁ ଆସିଛି ଏହି ହୃଦୟଥରା କାହାଣୀ । ଅଧିକ ପଢନ୍ତୁ...

୫ ବର୍ଷ ହେଲା ସାହାରା ଖୋଜୁଛନ୍ତି ତିନି ବେସାହାରା ଭଉଣୀ, ଚୁପ୍ ବସିଛି ପ୍ରଶାସନ

ଦେବଗଡ: ସାହାରା ସାଜିଛି ପଲିଥିନ ଟଣା କୁଡିଆ । ବର୍ଷ ବର୍ଷ ଧରି ଗାଁ ମୁଣ୍ଡରେ ପଲିଥିନ ଟଣା ମାଟି ଘରେ ଜୀବନ ବିତାଉଛନ୍ତି ତିନି ଭଉଣୀ । ନିଷ୍ଠୁର ନିୟତିର ଦାଉରେ ଦୁର୍ବିସହ ପାଲଟିଛି ଜୀବନ । ନା ମୁଣ୍ଡ ଉପରେ ବାପାମାଆଙ୍କ ହାତ ଅଛି, ନା କାହାର ସାହାରା । ବାପମାଆ ଛେଉଣ୍ଡ ତିନି ଭଉଣୀ ପରସ୍ପର ମୁହଁକୁ ଅନାଇ ଦିନ କାଟୁଛନ୍ତି । ଏହି ଯନ୍ତ୍ରଣାଦାୟକ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାର ବଡାଛପଲ ଗାଁରେ ।

ପଲିଥିନି ଟଣା କୁଡିଆ ସାଜିଛି ସାହାର, ସହାୟତା ଅପେକ୍ଷାରେ ତିନି ଭଉଣୀ

ବଡାଛପଲ ଗାଁରେ ବାସ କରନ୍ତି ମାଆବାପ ଛେଉଣ୍ଡ ତିନି ଭଉଣୀ ସରସ୍ବତୀ ନାୟକ (16), ସୀମା ନାୟକ (12) ଓ ଲଭଲି ନାୟକ (9) । ଗତ 2014 ମସିହାରେ ମାଆ କେନ୍ଦେଇ ନାୟକ ରୋଗରେ ଆରପାରିକୁ ଚାଲିଯାଇଥିଲା । ପରେ 2015 ମସିହାରେ ପିତା ଚିନ୍ତା ନାୟକ ମଧ୍ୟ ରୋଗାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ । ଉଭୟ ବାପାମାଆଙ୍କୁ ହରାଇ ଅସହାୟ ହୋଇପଡିଥିଲେ ପାଞ୍ଚ ସନ୍ତାନ । ସେଥିମଧରୁ ବଡ଼ପୁଅ ଅରୁଣ ଓ ଝିଅ ରାଇଧାନୀ ଇତିମଧ୍ୟରେ ବିବାହ କରି ନିଜ ନିଜ ପରିବାର ନେଇ ଅନ୍ୟତ୍ର ରହୁଛନ୍ତି । ହେଲେ ଏବେ ଦୁର୍ବିସହ ଜୀବନ କାଟୁଛନ୍ତି ଆଉ ତିନି ନାବାଳିକା ଭଉଣୀ । ସରସ୍ବତୀ ଜନ୍ମରୁ ଦୃଷ୍ଟିହୀନ ହୋଇଥିବା ବେଳେ ତାଙ୍କ ମୁଣ୍ଡ ଉପରେ ରହିଛି ଦୁଇ ନାବାଳିକା ଭଉଣୀଙ୍କ ବୋଝ ।

ଆଜକୁ ଦୀର୍ଘ ପାଞ୍ଚବର୍ଷ ହେଲା ନିଜ ଦୁଇ ନାବାଳିକା ସାନ ଭଉଣୀଙ୍କୁ ବହୁ କଷ୍ଟରେ ଲାଳନ ପାଳନ କରି ଆସୁଛନ୍ତି ସରସ୍ବତୀ । ସରକାରୀ ସହାୟତା କହିଲେ ପଞ୍ଚାୟତରୁ ମିଳୁଛି କେବଳ ପାଞ୍ଚ କିଲୋ ଚାଉଳ ଓ ଭତ୍ତା ବାବଦକୁ କେଇଟା ଟଙ୍କା । ଏତିକି ଦେଇ ପ୍ରଶାସନ ଯେପରି ନିଜ ଦାୟିତ୍ବରୁ ଓହରି ଯାଇଛି । ରହିବାକୁ ଘର ଖଣ୍ଡିଏ ନାହିଁ । ପୈତୃକ ଘର ଖଣ୍ଡିକ ଭାଙ୍ଗି ଯିବାରୁ ଗ୍ରାମବାସୀ ଗଢି ଦେଇଛନ୍ତି ଖଣ୍ଡିଏ ଝାଟିମାଟି କୁଡ଼ିଆ । ସେଥିରେ ପଲିଥିନ ଟାଣି ଦୟନୀୟ ଭାବେ ଆଶ୍ରୟ ନେଇଛନ୍ତି ପିଲାମାନେ ।

ଅନ୍ୟ ସରକାରୀ ସହାୟତା ତ ଦୂରେ ଥାଉ , ଏହି ତିନୋଟି ଅସହାୟ ପିଲାମାନେ ସୁରକ୍ଷିତ ଅବସ୍ଥାରେ ରହିବା ପାଇଁ ଅନ୍ତତଃ ସରକାରୀ ଆବାସ ଖଣ୍ଡିଏ ଏ ଯାଏଁ ମିଳି ପାରିନାହିଁ । ମାଆବାପା ଛେଉଣ୍ଡ ଶିଶୁଙ୍କ ଥଇଥାନ ପାଇଁ ସରକାର କେତେ କ'ଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ବଡାଛପଲ ଗାଁର ଏହି ପିଲାଙ୍କ ଉପରେ ପ୍ରଶାସନର ଦୃଷ୍ଟି ନ ପଡିବା ବିଡମ୍ବନାର ବିଷୟ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.