ETV Bharat / state

ରେଙ୍ଗାଲୀ ଡ୍ୟାମରୁ ନିଖୋଜ ଧୀବରଙ୍କ ମୃତଦେହ ଉଦ୍ଧାର - The bodies of the missing fishermen

ରେଙ୍ଗାଲୀ ଜଳଭଣ୍ଡାରରେ ଅଘଟଣ । ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗାଁ ନିକଟସ୍ଥ ଜଳଭଣ୍ଡାରକୁ ଧୀବରମାନେ ମାଛ ମାରିବାକୁ ଯାଇଥିବା ବେଳେ ଘଟିଥିଲା ଦୁର୍ଘଟଣା । ଆହୁରି ପଢନ୍ତୁ...

The bodies of the missing fishermen were recovered from the Rengali river
ରେଙ୍ଗାଳି ଜଳଭଣ୍ଡାରରୁ ନିଖୋଜ ଧୀବରଙ୍କ ମୃତଦେହ ଉଦ୍ଧାର
author img

By

Published : Mar 20, 2020, 5:06 PM IST

Updated : Mar 20, 2020, 5:28 PM IST

ଦେବଗଡ: ରେଙ୍ଗାଲୀ ଜଳଭଣ୍ଡାରରେ ଅଘଟଣ । ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗାଁ ନିକଟସ୍ଥ ଜଳଭଣ୍ଡାରକୁ ଧୀବରମାନେ ମାଛ ମାରିବାକୁ ଯାଇଥିବା ବେଳେ ଘଟିଥିଲା ଦୁର୍ଘଟଣା । ଝଡତୋଫାନ ଯୋଗୁଁ ଡ୍ୟାମରେ ବୁଡିଯାଇଥିଲା ଡଙ୍ଗା । ଅଗ୍ନିଶମ ବିଭାଗ ଜଳଭଣ୍ଡାରରେ ସର୍ଚ୍ଚ ଅପରେସନ କରି 5ଜଣ ଧୀବରଙ୍କୁ ଉଦ୍ଧାର କରିଥିଲେ ।

ରେଙ୍ଗାଲୀ ଡ୍ୟାମରୁ ନିଖୋଜ ଧୀବରଙ୍କ ମୃତଦେହ ଉଦ୍ଧାର

ସେମାନେ ହେଲେ ମଙ୍ଗଲୁ ପେଣ୍ଠେଇ , ରଜନୀ ପେଣ୍ଠେଇ , ଦୁଖନୁ ପେଣ୍ଠେଇ , ଦଣ୍ଡ ପେଣ୍ଠେଇ , ଭାଗ୍ୟ ପେଣ୍ଠେଇ । ତେବେ ଜଣେ ଧୀବରଙ୍କ କୌଣସି ପତ୍ତା ମିଳିପାରିନଥିଲା । ଆଜି ସକାଳୁ ଅଗ୍ନିଶମ ବିଭାଗ ପୁଣିଥରେ ଜଳଭଣ୍ଡାରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି ପରେ ନିଖୋଜ ହେମନ୍ତ ପେଣ୍ଠେଇଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Last Updated : Mar 20, 2020, 5:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.