ETV Bharat / state

ଗାଈ ଗୁହାଳ ପାଲଟିଛି ରାସ୍ତାଘାଟ, ନିରବଦ୍ରଷ୍ଟା ପୌର କର୍ତ୍ତୃପକ୍ଷ ! - ରାଜରାସ୍ତା ପାଲଟିଲାଣି ଗାଈ ଗୁହାଳ

ରାଜରାସ୍ତାରେ ଗାଈଗୋରୁଙ୍କ କବଜା । ଯୁଆଡ଼େ ଦେଖିଲେ ଚାରିଆଡ଼େ ଏଣେତେଣେ ବୁଲୁଛନ୍ତି ମାଳମାଳ ଗାଈ । ଗୋରୁଙ୍କ କବଜାରେ ରହିଛି ସହରର ଛକବଜାର । ଦେବଗଡ ଜିଲ୍ଲାରେ ବୁଲା ଗାଈଗୋରୁ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଅଧିକ ପଢ଼ନ୍ତୁ

stray cattle problem in deogarh administration yet to take action
ଗାଈ ଗୁହାଳ ପାଲଟିଲାଣି ରାସ୍ତାଘାଟ, ନିରବଦ୍ରଷ୍ଟା ସାଜିଛି ପୌର କର୍ତ୍ତୃପକ୍ଷ
author img

By

Published : Sep 28, 2022, 12:13 PM IST

ଦେବଗଡ଼: ରାଜରାସ୍ତା ପାଲଟିଲାଣି ଗାଈ ଗୁହାଳ । ଯୁଆଡ଼େ ଦେଖିଲେ ଚାରିଆଡ଼େ ଏଣେତେଣେ ବୁଲୁଛନ୍ତି ମାଳମାଳ ଗାଈ । ବୁଲା ଗାଈଗୋରୁଙ୍କ କବଜାରେ ରହିଛି ସହରର ଛକବଜାର । ଦେବଗଡ ଜିଲ୍ଲାରେ ଏହା ଏକ ପ୍ରମୁଖ ସମସ୍ୟା ପାଲଟିଛି । ଗାଈଗୋଠରେ ପରିଣତ ହେଲାଣି ଦେବଗଡ଼ର ରାଜରାସ୍ତା। ଜନଗହଳି ପୂର୍ଣ୍ଣ ରାସ୍ତାଘାଟ ସାହିବସ୍ତି ଓ ବଜାର ସବୁଠି ମାଳମାଳ ହୋଇ ଗାଈଗୋରୁ ଓ ବୁଲାଷଣ୍ଢଙ୍କୁ ଦେଖିଲେ ଗୋପାଳକଙ୍କ ପ୍ରତି ପୌର କର୍ତ୍ତୃପକ୍ଷଙ୍କ କୌଣସି ନିୟନ୍ତ୍ରଣ ଥିବା ଭଳି ମନେ ହେଉନାହିଁ ।

ଗାଈ ଗୁହାଳ ପାଲଟିଲାଣି ରାସ୍ତାଘାଟ

ମୋଟ 11 ଗୋଟି ୱାର୍ଡକୁ ନେଇ ଗଠିତ ଦେବଗଡ଼ ପୌରାଞ୍ଚଳରେ ଗୋରୁଗାଈ ଓ ବୁଲା ଷଣ୍ଢଙ୍କ ଅବାଧ ବିଚରଣ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସହରର ବିଭିନ୍ନ ସାହି ବସ୍ତି ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ଓ ବଜାର ପର୍ଯ୍ୟନ୍ତ ସବୁଠି ଶହଶହ ସଂଖ୍ୟାରେ ଗାଈଗୋରୁ ଓ ବୁଲାଷଣ୍ଢ କବଜା କରିଛନ୍ତି । ବିଭିନ୍ନ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ମାଳମାଳ ଗାଈଗୋରୁ ମାନେ ଦିନରାତି ଶୋଇ ରହୁଛନ୍ତି । ଫଳରେ ସାରା ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଫଳରେ ସହରର ପରିବେଶ ନଷ୍ଟ ହେଉଛି । ବୁଲା ଗାଈଗୋରୁ ଓ ଷଣ୍ଢଙ୍କ ଦୌରାତ୍ମ୍ୟ ଯୋଗୁଁ ସହରରେ ସଡକ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଏଥିରେ ଅତିଷ୍ଠ ହୋଇଗଲେଣି ସହରବାସୀ । ଏନେଇ ସହରବାସୀ କହିଛନ୍ତି, " ରାସ୍ତା ଉପରେ ଗାଈଗୋରୁ ବୁଲିବା ସହିତ ରାସ୍ତା ଜାମ କରିବା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ହୋଇଥାଏ । ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ନେଉନାହିଁ।"

ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବରରୁ ତିରୁପତିକୁ ଗଡିବ ସ୍ବତନ୍ତ୍ର ଟ୍ରେନ୍‌

ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଗାଈଗୋରୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀରେ ପରିଣତ ହୋଇଛି । ସହରର ଅସାଧୁ ଗୋପାଳକ ମାନେ ନିଜ ନିଜ ଗାଈ ଗୋରୁଙ୍କୁ ଗୁହାଳ ଘରେ ନରଖି ମୁଖ୍ୟ ରାସ୍ତା ଉପରେ ଛାଡି ଦେଉଥିବାରୁ ସହରରେ ଏଭଳି ସମସ୍ୟା ଦେଖାଦେଇଛି । ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା, ସହରର କାନ୍ଥବାଡ଼ରେ ସ୍ଵଚ୍ଛତାର ବାର୍ତ୍ତା ଲେଖି ଡିଣ୍ଡିମ ପିଟୁଥିବା ଦେବଗଡ଼ ପୌର କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ନିରାବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଯାହାକି ସହରବାସୀଙ୍କୁ ବ୍ୟଥିତ ଓ ମର୍ମାହତ କରିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.