ETV Bharat / state

ଲକଡାଉନ ପ୍ରଭାବ: ଉଜୁଡିଲା ଏକର ଏକର ସୂର୍ଯ୍ୟମୁଖୀ ଚାଷ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ସୁଗୁଡା, କଲଣ୍ଡା ,ବଲଣ୍ଡା ଓ ଗୁଣ୍ଡୁରୀପଶି ଆଦି ଗ୍ରାମର ଚାଷୀମାନେ ପ୍ରତିବର୍ଷ ବିପୁଳ ମାତ୍ରାରେ ସୂର୍ଯ୍ୟମୁଖୀ ଚାଷ କରିଥାନ୍ତି । ମାତ୍ର ଲକଡାଉନ କଟକଣା ମାନି ଚାଷୀକୁଳ ଘରେ ରହିବାକୁ ବାଧ୍ୟ ହେଉଥିବା ବେଳେ, ସେପଟେ ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡି ଯାଉଛି ଏକର ଏକର ସୂର୍ଯ୍ୟମୁଖୀ ଚାଷ ।

Sunflower  cultivation
ଉଜୁଡି ଗଲାଣି ସୂର୍ଯ୍ୟମୁଖୀ ଚାଷ
author img

By

Published : Apr 10, 2020, 7:35 PM IST

ଦେଓଗଡ: କୋରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଥିବାବେଳେ, ଏହାର ପ୍ରତିକୂଳ ପ୍ରଭାବ ପଡିଛି ଦେବଗଡ଼ ଜିଲ୍ଲାର ସୂର୍ଯ୍ୟମୁଖୀ ଚାଷୀଙ୍କ ଉପରେ । ଲକଡାଉନ କଟକଣା ମାନି ଚାଷୀକୁଳ ଘରେ ରହିବାକୁ ବାଧ୍ୟ ହେଉଥିବା ବେଳେ, ସେପଟେ ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡି ଯାଉଛି ଏକର ଏକର ସୂର୍ଯ୍ୟମୁଖୀ ଚାଷ ।

ଉଜୁଡି ଗଲାଣି ସୂର୍ଯ୍ୟମୁଖୀ ଚାଷ

ସୂର୍ଯ୍ୟମୁଖୀ ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ସୁଗୁଡା, କଲଣ୍ଡା ,ବଲଣ୍ଡା ଓ ଗୁଣ୍ଡୁରୀପଶି ଆଦି ଗ୍ରାମର ଚାଷୀମାନେ ପ୍ରତିବର୍ଷ ବିପୁଳ ମାତ୍ରାରେ ସୂର୍ଯ୍ୟମୁଖୀ ଚାଷ କରିଥାନ୍ତି । ଧାନଚାଷ ପରେ ପରେ ଚାଷୀକୁଳ ଏହି ଚାଷ କରି ବର୍ଷ ତମାମ ଏଥିରୁ ପରିବାର ପ୍ରତିପୋଷଣ କରନ୍ତି ।

ମାତ୍ର ଚଳିତବର୍ଷ ଏହି ଅଞ୍ଚଳରେ ପ୍ରାୟ 200 ଏକରରୁ ଉର୍ଦ୍ଧ୍ବ ଚାଷ ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଥିବାବେଳେ, ଫସଲ ମଧ୍ୟ ଭଲ ଅମଳ ହେବ ବୋଲି ଚାଷୀକୁଳ ଆଶାବାନ୍ଧି ବସିଥିଲେ । ମାତ୍ର ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ମହାମାରୀ ଚାଷୀକୁଳଙ୍କ ସବୁ ଆଶାକୁ ଧୂଳିସାତ କରିଦେଇଛି ।

ଘରୁ ପଦାକୁ ବାହାରିଲେ ପୋଲିସର କଡା ପହରା ସାଙ୍ଗକୁ ପୋଲିସ ବାବୁଙ୍କ ନାଳିଆଖିର ସାମ୍ନା କରିବାକୁ ପଡ଼ୁଥିବାରୁ ଚାଷୀମାନେ ଆଉ ଚାଷଜମିକୁ ଯାଇପାରୁ ନାହାନ୍ତି । ତେଣୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଚଳିତ ମାସରେ ଫସଲ ଅମଳ ହେବାକୁ ବସିଥିବା ବେଳେ, ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡି ଯିବାକୁ ବସିଲାଣି ଏକର ଏକର ପରିମିତ ଅଞ୍ଚଳରେ ହୋଇଥିବା ସୂର୍ଯ୍ୟମୁଖୀ ଚାଷ । ଫଳରେ କୌଣସି ଅନ୍ୟ ଉପାୟ ନପାଇ ଜୀବିକା ହରାଇ ମୁଣ୍ଡରେ ହାତଦେଇ ବସିରହିଛନ୍ତି ଜିଲାର ଚାଷୀକୁଳ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.