ETV Bharat / state

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ପଣସ ଖାଇଲା କିଏ, କାହା ମୁଣ୍ଡରେ ଅଠା ? - ଦେବଗଡ ପଣସ ଖବର

ପାଚିଲା ପଣସ ଦେଖି ଲୋଭ ସମ୍ଭାଳି ପାରିଲେନି ଶିକ୍ଷକ । କୁନି କୁନି ଛାତ୍ରଙ୍କୁ ଗଛରେ ଚଢାଇ ପଣସ ତୋଳାଇଲେ । ଅଧିକ ପଢନ୍ତୁ

ଛାତ୍ରଙ୍କୁ ଗଛରେ ଚଢାଇ ପଣସ ତୋଳାଇଲେ ଶିକ୍ଷକ
ଛାତ୍ରଙ୍କୁ ଗଛରେ ଚଢାଇ ପଣସ ତୋଳାଇଲେ ଶିକ୍ଷକ
author img

By

Published : Jul 2, 2023, 9:36 AM IST

ଛାତ୍ରଙ୍କୁ ଗଛରେ ଚଢାଇ ପଣସ ତୋଳାଇଲେ ଶିକ୍ଷକ

ଦେବଗଡ଼: ସାର୍ ଖାଇଲେ ପଣସ, ପିଲାଙ୍କ ମୁଣ୍ଡରେ ଲାଗିଲା ଅଠା । ଗଛରେ ଥିବା ପାଚିଲା ପଣସ ଦେଖି ଲୋଭ ସମ୍ଭାଳି ପାରିଲେନି ସାର୍ । ନିଜ ଜିହ୍ଵା ଲାଳସା ମେଣ୍ଟାଇବାକୁ ଯାଇ ପାଠ ପଢିବାକୁ ଆସିଥିବା କୁନି କୁନି ପିଲାଙ୍କୁ ସ୍କୁଲ ପରସରରେ ଥିବା ସୁଉଚ୍ଚ ପଣସ ଗଛରେ ଚଢାଇ ପାଚିଲା ପଣସ ତୋଳିଲେ । ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାରେ । ରିଆମାଳ ବ୍ଲକ କୂଳବସା ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗସର୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଧୀରେନ କୁମାର ସାହୁ ଛାତ୍ରଙ୍କୁ ଗଛରେ ଚଢାଇ ପଣସ ତୋଳୁଥିବାର ଘଟଣା ଦେଖାଯାଇଛି ।

ସୂଚନା ଅନୁଯାୟୀ, ପାଠପଢ଼ା ସମୟରେ ବିଦ୍ୟାଳୟର ଶିକ୍ଷକ ଜଣେ ଛାତ୍ରଙ୍କୁ ସ୍କୁଲ ପରିସରରେ ଥିବା ଏକ ପଣସ ଗଛ ଉପରକୁ ଚଢି ପାଚିଲା ପଣସ ତୋଳିବାକୁ କହିଥିଲେ । ପିଲାଟି ନିଜ ଜୀବନକୁ ପାଣି ଛଡାଇ ଗଛ ଉପରେ ଚଢ଼ି ଗୋଟିଏ ପରେ ଗୋଟିଏ ପଣସ ତୋଳିଥିଲା । ଶିକ୍ଷକଙ୍କ ନିର୍ଦ୍ଦେଶରେ ଗଛ ତଳେ ଥିବା ଆଉ କିଛି ପିଲା ଏହାକୁ ଗୋଟାଇଥିଲେ । ତେବେ ଏ ସମ୍ପର୍କରେ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିବାରୁ ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ପିଲାଙ୍କ ଉପରେ ସବୁ ଦୋଷ ଲଦି ଦେଇଛନ୍ତି । ପିଲାଏ ପଣସ ଖାଇବାକୁ ମନ ବଳାଇବାରୁ ଗଛରେ ଚଢି ପଣସ ତୋଳିବାକୁ ସେ ଅନୁମତି ଦେଇଥିଲେ ବୋଲି ସଫେଇ ଦେଇଛନ୍ତି । ବିଦ୍ୟାଳୟରେ ପାଠପଢା ସମୟରେ ଚାଲିଥିବା ଏଭଳି ଅଶୋଭନୀୟ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ସ୍କୁଲରେ ଚାଲିଥିଲା ପ୍ରଧାନ ଶିକ୍ଷକଙ୍କ ରାସଲୀଳା, ଚପଲ ମାଳ ପିନ୍ଧାଇଲେ ଗାଁ ଲୋକେ

ତେବେ ଯଦି ଗଛରେ ଚଢିଥିବା ସେହି କୁନି ପିଲାଟି ସହ କୌଣସି ଅଘଟଣ ଘଟିଥାଆନ୍ତା, ତା'ହେଲେ ଏଥିପାଇଁ କିଏ ଉତ୍ତରଦାୟୀ ରହି ଥାଆନ୍ତେ ? ପିଲାଏ ପାଠ ପଢିବେ, ଭଲ ମଣିଷ ହେବେ, ବଡ ଚାକିରି କରିବେ, ଏମିତି କେତେ କଣ ଉଚ୍ଚ ଆଶା ନେଇ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ୁଛନ୍ତି । ହେଲେ କିଛି ଦାୟିତ୍ବହୀନ ଶିକ୍ଷକ ନିଜ ସ୍ବାର୍ଥ ପାଇଁ ପିଲାଙ୍କୁ କିଭଳି ବିପଦଜନକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ତାହାର ଦୃଶ୍ୟ ଦେଖିଲେ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କିଭଳି ରସାତଳଗାମୀ ହେବାକୁ ବସିଛି ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ।

ଏହାମଧ୍ୟ ପଢନ୍ତୁ: ୱାର୍କ ଫ୍ରମ୍ ହୋମ ନାଁରେ ଆସୁଛି ଲିଙ୍କ୍, ଗୋଟିଏ କ୍ଲିକରେ ଖାଲି ହେଉଛି ଆକାଉଣ୍ଟ

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.