ETV Bharat / state

ପୋକରା ପିଡ଼ିଏସ ଚାଉଳକୁ ଫେରାଇ ଦେଲେ ସରପଞ୍ଚ

ଦେବଗଡ଼ ଜିଲ୍ଲା ମଲେହିପଡା ପଞ୍ଚାୟତରେ ଯୋଗାଣ ବିଭାଗ ପକ୍ଷରୁ ଆସିଥିବା ପୋକରା ଚାଉଳକୁ ସରପଞ୍ଚ ଫେରାଇ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 17, 2020, 7:11 PM IST

Sarapanch returned low quality price to supply department in Deogarh
ପୋକରା ପିଡ଼ିଏସ ଚାଉଳକୁ ଫେରାଇ ଦେଲେ ସରପଞ୍ଚ

ଦେବଗଡ଼: ପୋକରା ଓ ନିମ୍ନମାନର ପିଡ଼ିଏସ ଚାଉଳ ବୋଝେଇ ଟ୍ରକକୁ ରଖିବାକୁ ମନା କରି ଯୋଗାଣ ବିଭାଗକୁ ଫେରାଇ ଦେଇଛନ୍ତି ସରପଞ୍ଚ । ଏଭଳି ଘଟଣା ଜିଲ୍ଲାର ରିଆମାଳ ବ୍ଲକ ମଲେହିପଡା ପଞ୍ଚାୟତରେ ଦେଖିବାକୁ ମିଳିଛି ।

ପୋକରା ପିଡ଼ିଏସ ଚାଉଳକୁ ଫେରାଇ ଦେଲେ ସରପଞ୍ଚ

ଗରିବ ହିତାଧିକାରୀଙ୍କୁ ସରକାରୀ ଚାଉଳ ଯୋଗାଇଦେବା ପାଇଁ ବୁଧବାର ଜିଲ୍ଲାର ରିଆମାଳ ବ୍ଲକ ମଲେହିପଡା ପଞ୍ଚାୟତକୁ ଯୋଗାଣ ବିଭାଗ ପକ୍ଷରୁ 475 କ୍ବିଣ୍ଟାଲ ଚାଉଳ ଆସିଥିଲା । ମାତ୍ର ପଞ୍ଚାୟତକୁ ଚାଉଳ ଯୋଗାଣ ପାଇଁ ଟେଣ୍ଡର ନେଇଥିବା ମିଲର ଅତ୍ୟନ୍ତ ନିମ୍ନମାନର ତଥା ପୋକ ଭର୍ତ୍ତି ଥିବା ଚାଉଳ ପଠାଇଥିଲେ । ଏହି ଚାଉଳ ଫଟା ଓ ଦଦରା ବସ୍ତାରେ ଆସିଥିଲା । ଯୋଗାଣ ବିଭାଗ ପକ୍ଷରୁ ଏଭଳି ଅବସ୍ଥାରେ ଚାଉଳ ଆସିଥିବାରୁ ପଞ୍ଚାୟତ ଯୋଗାଣ ସହାୟିକା ସୁନିତା ପ୍ରଧାନ ଏ ସମ୍ପର୍କରେ ସରପଞ୍ଚ ହାବିଲ ସାହୁ ଓ ସମିତି ସଭ୍ୟ ଅମୂଲ୍ୟ ପ୍ରଧାନଙ୍କୁ ଜଣାଇଥିଲେ ।

ସରପଞ୍ଚ ଓ ସମିତି ସଭ୍ୟ କାର୍ଯ୍ୟାଳୟକୁ ଆସି ଟ୍ରକରେ ଲୋଡ଼ ହୋଇଥିବା 475 କ୍ବିଣ୍ଟାଲ ପୋକରା ଓ ନିମ୍ନମାନର ଚାଉଳ ଦେଖି ନିମ୍ନମାନର ଚାଉଳ ରଖିବାକୁ ରୋକଠୋକ ମନା କରିଦେଇଥିଲେ । ଫଳରେ ଯୋଗାଣ ସହାୟକ ଜୟନ୍ତ କୁଣ୍ଡୁ ଏହି ଚାଉଳ ବୋଝେଇ ଟ୍ରକକୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ ।

ଅନ୍ୟପକ୍ଷରେ, ପଞ୍ଚାୟତକୁ ଚାଉଳ ଯୋଗାଣ ଟେଣ୍ଡର ନେଇଥିବା ମିଲର ବିଭିନ୍ନ ପଞ୍ଚାୟତକୁ ନିର୍ଦ୍ଧାରିତ ଓଜନ ଠାରୁ ଯଥେଷ୍ଟ କମ ଓଜନର ଚାଉଳ ବସ୍ତା ଯୋଗାଉଥିବା ଓ ନିମ୍ନମାନର ଚାଉଳ ଯୋଗାଇ ଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.