ETV Bharat / state

ଦେବଗଡ଼ ସିଆରିଆ ବୁଥରେ ସରିଲା ସାନିଭୋଟ - booth

ଦେବଗଡ ସିଆରିଆ ଗ୍ରାମରେ ସରିଲା ସାନି ମତଦାନ । ଇଭିଏମ ତ୍ରୁଟି ଯୋଗୁଁ ଏଠାରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବନ୍ଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ଯାଞ୍ଚ ପରେ ରାଜ୍ୟ ନିର୍ବାଚନ କମିଶନ ଏହି ବୁଥରେ ସାନି ମତଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର
author img

By

Published : May 19, 2019, 8:05 PM IST

ସମ୍ବଲପୁର: ତୃତୀୟ ପର୍ଯ୍ୟାୟ ମତଦାନରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଆଡସଗ୍ରାମ ସିଆରିଆ ଗ୍ରାମରେ ଭୋଟ ଗ୍ରହଣ ବାତିଲ ହୋଇଥିଲା । ତେଣୁ ରବିବାର ଏଠାରେ ସାନି ମତଦାନ ଅନୁଷ୍ଠିତ ହେଉଛି । ଏପ୍ରିଲ 23 ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଭୋଟ ରିଗିଂ ହୋଇଥିବା ଜଣାପଡିଥିଲା । ଏହାପରେ ଭୋଟରଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବୁଥରେ ଉପସ୍ଥିତ ବିଭିନ୍ନ ଦଳର ଏଜେଣ୍ଟ ଓ ଭୋଟରଙ୍କ ଦାବି ପରେ ଦିନ ଦୁଇଟାରୁ ଭୋଟ ଗ୍ରହଣ ବନ୍ଦ ରହିଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ପରେ ରାଜ୍ୟ ନିର୍ବାଚନ କମିଶନ ଏହି ବୁଥ୍ ସାନି ମତଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସିଆରିଆ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର 183ରେ ମୋଟ 1002 ଭୋଟରଙ୍କ ମଧ୍ୟରୁ 213 ଜଣ ଭୋଟର ନିଜର ଭୋଟ ଦେଇଥିଲେ । ହେଲେ ଏହି ସମସ୍ୟା ଦେଖି କିଛି ଭୋଟର ପ୍ରିଜାଇଡିଂ ଅଫିସରଙ୍କୁ ଅଭିଯୋଗ କରିଥିଲେ ।

ପ୍ରଥମ ଥର ଭିଭିପାଟ ମେସିନ ଖରାପ ହେବା ପରେ ଦାୟିତ୍ବରେ ଥିବା ସେକ୍ଟର ଅଫିସର ଭିଭିପାଟ ମେସିନ ବଦଳାଇ ଥିଲେ । ପରେ ପୁଣି ଭିଭିପାଟ ମେସିନ ଠିକ ଭାବରେ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଥିଲା । ତେଣୁ ସେକ୍ଟର ଅଫିସର ସବିଶେଷ ଯାଞ୍ଚ ପରେ ଭୋଟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିଲା ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା 2ୟ ହିରୋ ସୁପର କପ ଫୁଟବଲ ପ୍ରତିଯୋଗିତାର 2ୟ ଦଳ ଭାବେ ସେମିଫାଇନାଲ ରେ ପ୍ରବେଶ କରିଛି ଏଟିକେ।
 ଦମଦାର ଖେଳ ପ୍ରଦର୍ଶନ କରିବା ସହିତ ଦଳର ଖେଳାଳିମାନେ ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିବା ସହିତ ବିଜୟ ନିଜ ନାମ ରେ ରେକର୍ଡ କରିଥିଲେ।ଦଳ ପକ୍ଷରୁ ଫରୱାର୍ଡ ଖେଳାଳି ବଲବନ୍ତ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିବା ସହିତ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
 ଉଭୟ ପକ୍ଷ ବେଶ ସତର୍କତା ର ସହିତ ଖେଳ ଆରମ୍ଭ କରିଥିଲେ।ଖେଳର 15 ମିନିଟ ସମୟରେ ଦିଲ୍ଲୀର ଖେଳାଳି ମ. ସାଜିଦ ଧୂତ ମ୍ୟାଚ ର ପ୍ରଥମ ଗୋଲ କରିଥିଲେ।କିନ୍ତୁ ପରବର୍ତ୍ତୀ 20 ମିନିଟ ସମୟରେ ପ୍ରତିପକ୍ଷ ଦଳ ଏଟିକେ ର ଆକ୍ରମଣାତ୍ମକ ପ୍ରଦର୍ଶନ ଦର୍ଶକଙ୍କୁ ଚମକାଇ ଦେଇଥିଲା।ଏହି ସମୟ ମଧ୍ୟରେ ଏଟିକେ 3 ଟି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ।ଯେବେକି ଦିଲ୍ଲୀ ଆଉ ଏକ ଗୋଲ ଦେଇଥିଲେ ସୁଦ୍ଧା 3-2ରେ ପଛୁଆ ରହିଯାଇଥିଲା।ପରବର୍ତ୍ତୀ 10 ମିନିଟ ରେ ସ୍କୋର କାର୍ଡ ରେ କୌଣସି ପରିବର୍ତ୍ତନ ହୋଇ ନଥିଲା।
ଖେଳର ଦ୍ଵିତୀୟର୍ଦ୍ଧ ରେ ଏଟିକେ ତାହାର ଆକ୍ରମଣ ଜାରି ରଖିବା ସହିତ 51 ମିନିଟ ରେ ବଲବନ୍ତ ସିଂ ଆଉ ଏକ ଗୋଲ ସ୍କୋର କରିବା ସହିତ ହ୍ୟାଟ୍ରିକ ମାରିବାରେ ପ୍ରତିଯୋଗୀତାର ଦ୍ଵିତୀୟ ଖେଳାଳି ହୋଇଥିଲେ।ଏହା ପୂର୍ବରୁ ସେ 23 ଓ 33ମିନିଟ ରେ ଅନ୍ୟ 2ଟି ଗୋଲ ଦେଇଥିବା ବେଳେ ଦଳର କ୍ୟାପଟେନ ମାନୁଏଲ 27 ମିନିଟ ରେ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ।ସ୍କୋରକୁ ପଶ୍ଚାତଧାବନ କରିବା ସହିତ ଦିଲ୍ଲୀ 72 ମିନିଟ ରେ ଆଉ ଏକ ଗୋଲ କରିବାରେ ସକ୍ଷମ ହୋଇ ସ୍କୋର କୁ 4-3କରି ସୁଦ୍ଧା ବିଜୟ ଲାଭ କରିବାରେ ବିଫଳ ହୋଇଥିଲା।ଏହି ଅବସରରେ ଏଟିକେ ର ବଲବନ୍ତ ସିଂ ଙ୍କୁ ହିରୋ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା।

Laxmikant Das
Bhubaneswar
Visual already sent by mojo

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.