ETV Bharat / state

ଦେବଗଡରେ କୋଭିଡ ହସ୍ପିଟାଲ ଦାବି, କେନ୍ଦ୍ରକୁ ସାଂସଦ ନିତେସ ଗଙ୍ଗଦେଵଙ୍କ ଚିଠି

author img

By

Published : May 13, 2021, 9:37 PM IST

କୋରନା ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେବଗଡ଼ରେ କୋଭିଡ ହସ୍ପିଟାଲ ସ୍ଥାପନ ପାଇଁ ସାଂସଦ ନିତେସ ଗଙ୍ଗଦେଵ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖିଛନ୍ତି । ଅଧିକ ପଢନ୍ତୁ..

ଦେବଗଡରେ କୋଭିଡ ହସ୍ପିଟାଲ ଦାବି, କେନ୍ଦ୍ରକୁ  ସାଂସଦ ନିତେସ ଗଙ୍ଗଦେଵଙ୍କ ଚିଠି
ଦେବଗଡରେ କୋଭିଡ ହସ୍ପିଟାଲ ଦାବି, କେନ୍ଦ୍ରକୁ ସାଂସଦ ନିତେସ ଗଙ୍ଗଦେଵଙ୍କ ଚିଠି

ଦେବଗଡ଼: ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଦେବଗଡରେ ମଧ୍ୟ କୋରୋନା ମାମଲା ଉପରମୁହାଁ । ଆଉ ଏହାକୁ ଦୃଷ୍ଟିରେ ରଖି 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ନିକଟରେ ଦାବି ଉପସ୍ଥାପିତ କରିଛନ୍ତି ସମ୍ବଲପୁର ଲୋକସଭା ସାଂସଦ ନିତେସ ଗଙ୍ଗଦେଵ ।

ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ଉଦବେଗ ଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏଥି ସହିତ କୋରୋନା ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେବଗଡ଼ରେ କୋଭିଡ ହସ୍ପିଟାଲ ସ୍ଥାପନ ପାଇଁ ସାଂସଦ ନିତେସ ଗଙ୍ଗଦେଵ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖିଛନ୍ତି । ଏଥିସହ ଏହି ମର୍ମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି । ତେବେ ଧର୍ମେନ୍ଦ୍ର ପ୍ରଧାନ ଖୁବଶୀଘ୍ର ଦେବଗଡ଼ ସଦର ମହକୁମାରେ ଏକ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସ୍ଥାପନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସାଂସଦ ଗଙ୍ଗଦେଵ ପ୍ରକାଶ କରିଛନ୍ତି ।

ଦେବଗଡରେ କୋରୋନା ସଂକ୍ରମିତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ । ତେଣୁ ଅଧିକାଂଶ ସଂକ୍ରମିତଙ୍କୁ ଗୁରୁତର ଅବସ୍ଥାରେ ସୁଦୂର କେନ୍ଦୁଝର କିମ୍ବା ବୁର୍ଲା କୋଭିଡ କେୟାରକୁ ସ୍ଥାନାନ୍ତରିତ କରାଯାଉଛି । ମାତ୍ର ଗୁରୁତର ସଂକ୍ରମିତମାନେ ସେଠାରେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ଅନେକ ରୋଗୀ ଉପଯୁକ୍ତ ଚିକିତ୍ସା ନପାଇ ପ୍ରାଣ ହରାଉଥିବା ଅଭିଯୋଗ ହେଉଛି । ତେଣୁ ଦେବଗଡ଼ ମହକୁମାରେ ଏକ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ ସ୍ଥାପନ ପାଇଁ ଜିଲ୍ଲାବାସୀ ବାରମ୍ବାର ଦାବି କରି ଆସୁଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.