ETV Bharat / state

ମରଣଯନ୍ତା ପାଲଟିଛି ମୁମ୍ବାଇ-କଲିକତା ୪୯ ନମ୍ବର ଜାତୀୟ ରାଜପଥ - road problem in deogarh

ଦେବଗଡ ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ରାସ୍ତା ନିର୍ମାଣରେ ପ୍ରଶାସନର ବେଖିଆଲି ମନୋଭାବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

road problem in deogarh
ମରଣଯନ୍ତା ପାଲଟିଛି ମୁମ୍ବାଇ - କଲିକତା ୪୯ ନମ୍ବର ଜାତୀୟ ରାଜପଥ
author img

By

Published : Dec 17, 2019, 9:14 PM IST

ଦେଓଗଡ: ଜିଲ୍ଲା ଦେଇ ଯାଇଥିବା ମୁମ୍ବାଇ - କଲିକତା ୪୯ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ରାସ୍ତାରେ ଯାତାୟତ ପାଇଁ ସୁରକ୍ଷିତ ମଣୁ ନାହାନ୍ତି ଲୋକେ ।

ମରଣଯନ୍ତା ପାଲଟିଛି ମୁମ୍ବାଇ - କଲିକତା ୪୯ ନମ୍ବର ଜାତୀୟ ରାଜପଥ

ଦେବଗଡ଼ ଜିଲ୍ଲା ମଧ୍ୟଭାଗ ଦେଇ ଅତିକ୍ରମ କରିଛି ମୁମ୍ବାଇ - କଲିକତା ୪୯ ନମ୍ବର ଜାତୀୟ ରାଜପଥ । ଏହି ବ୍ୟସ୍ତବହୁଳ ରାଜପଥରେ ପ୍ରତିଦିନ ଚଳାଚଳ କରିଥାଏ ହଜାର ହଜାର ସଂଖ୍ୟାରେ ଯାନବାହନ । ତେବେ ଦୀର୍ଘ ଦୁଇବର୍ଷ ହେବ ଜିଲ୍ଲାର ତିଳେଇବଣି ବ୍ଲକ ମହକୁମା ଠାରୁ ଦେବଗଡ଼ ସହର ଦେଇ ବାରକୋଟ ବ୍ଲକ ମହକୁମା ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ରାସ୍ତା ଆଉ ଯାତାୟତ ଉପଯୋଗ ହୋଇ ରହିନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ରାସ୍ତାର କେଉଁଠି ପିଚୁ ଉଠି ଯାଇଛି ତ ପୁଣି କେଉଁଠି ଖାଲଖମାରେ ଭର୍ତ୍ତି । ଯାନବାହନ ଚଳାଚଳ ସମୟରେ ରାସ୍ତାରେ ପ୍ରବଳ ଧୂଳି ଉଡି କୁହୁଡ଼ିର ଭ୍ରମ ମଧ୍ୟ ସୃଷ୍ଟି କରୁଛି । ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଓ କାଦୁଅ ଜମି ରହୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ବିପଦ ସଙ୍କୁଳ ରାସ୍ତା ଯୋଗୁଁ ବହୁ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ରାସ୍ତାର ସ୍ଥାୟୀ ମରାମତି ପାଇଁ ଜିଲ୍ଲାବାସୀ ଓ ଜିଲ୍ଲାର ବିଭିନ୍ନ ରାଜନୈତିକ ସଂଗଠନ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ଫଳ ଶୂନ । ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଅଭିଯୋଗ ହୋଇଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ଜିଲ୍ଲା ଦେଇ ଅତିକ୍ରମ କରିଥିବା ମୁମ୍ବାଇ - କଲିକତା ୪୯ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ସଂପ୍ରତି ଏହି ରାଜପଥ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ , ଏଠାରେ ସଡ଼କ ଦୁର୍ଘଟଣା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ।

Body:ଦେବଗଡ଼ ଜିଲ୍ଲା ମଧ୍ୟଭାଗ ଦେଇ ଅତିକ୍ରମ କରିଛି ମୁମ୍ବାଇ - କଲିକତା ୪୯ ନମ୍ବର ଜାତୀୟ ରାଜପଥ । ଏହି ବ୍ୟସ୍ତବହୁଲ ରାଜପଥରେ ପ୍ରତିଦିନ ଚଳାଚଳ କରିଥାଏ ହଜାର ହଜାର ସଂଖ୍ୟାରେ ଯାନବାହନ । ତେବେ ଆଜକୁ ଦୀର୍ଘ ଦୁଇବର୍ଷ ହେବ ଜିଲ୍ଲାର ତିଳେଇବଣି ବ୍ଲକ ମହକୁମା ଠାରୁ ଦେବଗଡ଼ ସହର ଦେଇ ବାରକୋଟ ବ୍ଲକ ମହକୁମା ପର୍ଯ୍ୟନ୍ତ ଯାଇଥିବା ୪୫ କିଲୋମିଟର ଜାତୀୟ ରାଜପଥ ଆଉ ଯାତାୟତ ଉପଯୋଗୀ ହୋଇ ରହିନାହିଁ । ରାସ୍ତା ସାରା ପିଚୁ ଓ ମେଟାଲ ଉଠି ଖାଲଖମା ରେ ଭର୍ତ୍ତି ହୋଇଯାଇଛି । ଯାନବାହନ ଚଳାଚଳ ସମୟରେ ରାସ୍ତା ରେ ପ୍ରବଳ ଧୂଳି ଉଡି କୁହୁଡ଼ି ର ଭ୍ରମ ସୃଷ୍ଟି କରୁଛି । ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଓ କାଦୁଅ ଜମି ରହୁଛି । ରାସ୍ତା କଡରେ ବସବାସ କରୁଥିବା ଲୋକେ ପ୍ରଦୂଷଣ ଜନିତ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ, ଏଠାରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଛି । ପରିସ୍ଥିତି ଏଭଳି ହେଲାଣି ଯେ , ଏହି ରାଜପଥ ରେ ଲୋକେ ଆଉ ଯାତାୟତ କରିବାକୁ ଭୟ କଲେଣି । ଏହି ରାଜପଥ ଉପରେ ଜିଲ୍ଲାବାସୀ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବା ବେଳେ , ଏହା ଜିଲ୍ଲାବାସୀ ଙ୍କ ପାଇଁ ଏକ ଜଟିଳ ସମସ୍ୟା ସୃଷ୍ଟି କରିଛି ।

ସମ୍ପ୍ରତି ମୁମ୍ବାଇ - କଲିକତା ୪୯ ନମ୍ବର ଜାତୀୟ ରାଜପଥ ର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ , ଏହି କାର୍ଯ୍ୟ ରେ ନିୟୋଜିତ ଥିବା ଓରିଏଣ୍ଟାଲ ନାମକ ଠିକାସଂସ୍ଥା ର ମନୋମୁଖୀ କାର୍ଯ୍ୟ ତଥା ସଂପୃକ୍ତ ଠିକାସଂସ୍ଥା ଏହି ରାଜପଥର ମରାମତି କରିବା ଦିଗରେ କରୁଥିବା ଚରମ ଅବହେଳା କାରଣରୁ ରାଜପଥ ଅବସ୍ଥା ଦିନକୁଦିନ ଅଧିକ ସଙ୍କଟାପନ୍ନ ହେବାରେ ଲାଗିଛି । ସମ୍ପୃକ୍ତ ଠିକାସଂସ୍ଥା ଏହି ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ସମୟ ଅବଧି ମଧ୍ୟରେ ଏହାର ମରାମତି ଓ ଯାତାୟତ ଉପଯୋଗୀ ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (National Highway Authority of India , NHAI ) ସହିତ ଚୁକ୍ତିନାମା କରିଥିଲେ ହେଁ , ପରବର୍ତ୍ତୀ ସମୟରେ ସମ୍ପୃକ୍ତ ସଂସ୍ଥା ଏହି ଚୁକ୍ତିନାମା ର ଖିଲାପ କରି ରାସ୍ତା ର ମରାମତି ଦିଗରେ ଆଦୌ ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହେଉଛି ।

ଦେବଗଡ଼ ଜିଲ୍ଳା ଦେଇ ଅତିକ୍ରମ କରିଥିବା ୪୯ ନମ୍ବର ଜାତୀୟ ରାଜପଥ ର ଦୁରାଵସ୍ଥା ଓ ଏହାର ସ୍ଥାୟୀ ମରାମତି ପାଇଁ ଜିଲ୍ଲାବାସୀ ଓ ଜିଲ୍ଲାର ବିଭିନ୍ନ ରାଜନୈତିକ ସଂଗଠନ ସମ୍ପୃକ୍ତ ବିଭାଗୀୟ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା , ଏହାର କୌଣସି ପ୍ରତିକାର ହୋଇ ପାରୁନାହିଁ । କେବଳ ଧର୍ମ କୁ ଆଖିଠାର ସଦୃଶ ଅଳ୍ପ କିଛି ସ୍ଥାନରେ କ୍ରସର ଗୁଣ୍ଡ ଓ ମାଟି ପକାଇ ମରାମତି ଦାଇତ୍ୱ ସମ୍ପାଦନ କରି ଆସୁଛି ସମ୍ପୃକ୍ତ ଠିକାସଂସ୍ଥା । ତେଣୁ ଏନେଇ ସାଧାରଣରେ ତୀବ୍ର ଜଣ ଅସନ୍ତୋଷ ଦେଖା ଦେଇଛି ।

Conclusion:ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଲୋକଙ୍କ ଅସନ୍ତୋଷ ବ୍ୟାପକ ଜନ ଆନ୍ଦୋଳନ ରେ ପରିବର୍ତ୍ତିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

byte 1 -. ସୁନୀଲ କୁମାର ( ଡ୍ରାଇଭର )
byte 2 - ଅନୀଲ କୁମାର ( ଡ୍ରାଇଭର )
byte 3 - ଯୋଗେଶ ପ୍ରଧାନ ( ସ୍ଥାନୀୟ ବାସିନ୍ଦା )
byte 4 - ସୁଧିର କୁମାର ବ୍ରହ୍ମା ( ଆବାହକ , ସମଗ୍ର ଦେବଗଡ଼ ଜିଲ୍ଳା ବିକାଶ ମଞ୍ଚ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.