ETV Bharat / state

ମିଳୁନି ସରକାରୀ ସାହାଯ୍ୟ, 3 ପ୍ରାଣୀଙ୍କ ବୋଝ ବୋହୁଛନ୍ତି ବିଧବା ବୃଦ୍ଧା - ବାପ ମା’ ଛେଉଣ୍ଡ ଶିଶୁଙ୍କ ଦୁଃଖ

ଦୀର୍ଘ ସାତ ବର୍ଷ ହେଲା ବାପା ମା’ଙ୍କ ବିନା ଡହଳ ବିକଳ ହେଉଛନ୍ତି ତିନି ଜଣ ଶିଶୁ । ସେପଟେ ଏମାନଙ୍କ ଦାୟିତ୍ବ ନେବା 70 ବର୍ଷୀୟ ବୁଢୀ ମା’ଙ୍କ ପାଇଁ ଏବେ କଷ୍ଟକର ବ୍ୟାପାର ହୋଇ ପଡିଛି । ବୁଢୀ ବୟସରେ ବିଧବା ବୃଦ୍ଧାଙ୍କୁ ସରକାରୀ ଭତ୍ତା ମିଳୁନଥିବା ବେଳେ ତିନି ଶିଶୁଙ୍କ ଲାଳନ ପାଳନ ଏବେ ପାଲଟିଛି ଚିନ୍ତାର କାରଣ ।

deogarh latest news, ranga bhoi's grief in deogarh, orphan children in deogarh, government help to ranga bhoi in deogarh, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ଦେବଗଡରେ ରଙ୍ଗ ଭୋଇଙ୍କ ଦୁଃଖ, ବାପ ମା’ ଛେଉଣ୍ଡ ଶିଶୁଙ୍କ ଦୁଃଖ, ଦେବଗଡରେ ରଙ୍ଗ ଭୋଇଙ୍କୁ ସରକାରୀ ସାହାଯ୍ୟ
ସରକାରୀ ସାହାଯ୍ୟ ବିନା ବୁଢୀ ବୟସେ ନାତି ନାତୁଣୀଙ୍କ ବୋଝ ଟେକୁଛି ରଙ୍ଗ ଭୋଇ
author img

By

Published : Jul 13, 2020, 9:51 PM IST

Updated : Jul 13, 2020, 10:04 PM IST

ଦେବଗଡ: ଦୀର୍ଘ ସାତ ବର୍ଷ ହେଲା ବାପା ମା’ଙ୍କ ବିନା ଡହଳ ବିକଳ ହେଉଛନ୍ତି ତିନି ଜଣ ଶିଶୁ । ସେପଟେ ଏମାନଙ୍କ ଦାୟିତ୍ବ ନେବା 70 ବର୍ଷୀୟ ବୁଢୀ ମା’ଙ୍କ ପାଇଁ ଏବେ କଷ୍ଟକର ବ୍ୟାପାର ହୋଇ ପଡିଛି । ବୁଢୀ ବୟସରେ ବିଧବା ବୃଦ୍ଧାଙ୍କୁ ସରକାରୀ ଭତ୍ତା ମିଳୁନଥିବା ବେଳେ ତିନି ଶିଶୁଙ୍କ ଲାଳନ ପାଳନ ଏବେ ପାଲଟିଛି ଚିନ୍ତାର କାରଣ । ସେପଟେ ଅର୍ଥାଭାବ ପାଇଁ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଛି ତିନି ଶିଶୁଙ୍କ ଭବିଷ୍ୟତ । ଏ ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ବାଘମାରି ଗାଁ 70 ବର୍ଷୀୟା ବୃଦ୍ଧା ରଙ୍ଗ ଭୋଇଙ୍କ କଥା ।

ସରକାରୀ ସାହାଯ୍ୟ ବିନା ବୁଢୀ ବୟସେ ନାତି ନାତୁଣୀଙ୍କ ବୋଝ ଟେକୁଛି ରଙ୍ଗ ଭୋଇ

ଆଜିକୁ ଦୀର୍ଘ 7 ବର୍ଷ ପୂର୍ବେ ପୁଅ ଭାରତ ଭୋଇ ଓ ବୋହୂ ସୁଭାଗିନୀ ଭୋଇ ଏକ ଅଜଣା ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଯାଇଥିଲେ । ଆଉ ପଛରେ ତିନି ପୁଅ ଝିଅଙ୍କୁ ବାପାମା’ ଛେଉଣ୍ଡ କରି ଛାଡିଯାଇଥିଲେ । ଫଳରେ ବଡ ଝିଅ ହାଉଳି ଭୋଇ(14), ପୁଅ ଲୁଲୁ ଭୋଇ(12) ଓ ସାନ ଝିଅ ନିଲା ଭୋଇ(10)ଙ୍କ ଦେଖାଶୁଣା ପାଇଁ ଅଣ୍ଟା ଭିଡିଥିଲେ ବିଧବା ବୁଢୀ ମା’ ରଙ୍ଗ ଭୋଇ ।

ରଙ୍ଗଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ସହାୟତା ମିଳୁନଥିବା ବେଳେ ମୂଲମଜୁରୀ ଲାଗି ଯାହା କିଛି ରୋଜଗାର କରନ୍ତି ସେଇଥିରେ ଚଳେ ଚାରି ପ୍ରାଣୀ କୁଟୁମ୍ବ । ହେଲେ ଧିରେ ଧିରେ ବୟସ ବଢିବା ସହ ବାହୁ ବଳ କମୁଥିବାରୁ ପିଲାଙ୍କ ଲାଳନ ପାଳନ ସମ୍ଭବ ରଙ୍ଗଙ୍କ ପକ୍ଷେ ହୋଇ ପାରୁନାହଁ । ଅନ୍ୟପଟେ ସରକାରୀ ସହାୟତା ନାଁରେ ମିଳୁଛି କେବଳ 5 କିଲୋଗ୍ରାମ ଚାଉଳ । ଘର ଖଣ୍ଡେ ବି ମିଳିଛି ହେଲେ ତା’ର ଅବସ୍ଥା ନକହିଲେ ଭଲ । ଏପରି ସ୍ଥିତିରେ ପିଲାଙ୍କ ପାଠ କଥା ପଚାରେ ବା କିଏ ?

ଗୋଟିଏ ପଟେ ରଙ୍ଗଙ୍କ ବୟସ ବଢି ଚାଲିଥିବାରୁ ହାତ ବାନ୍ଧି ବସିବାକୁ ବାଧ୍ୟ ହେଉଥିବା ବେଳେ ଅନ୍ୟପଟେ ସାହାଯ୍ୟ ପାଇଁ ପର ଘରେ ମୂଲ ଲାଗିବାକୁ ବାଧ୍ୟ ହେଉଛି ନାତୁଣୀ ହାଉଳି । ଏମିତିରେ ତିନି ଶିଶୁଙ୍କ ଥଇଥାନ ଦିଗରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବିଶେଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Last Updated : Jul 13, 2020, 10:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.