ETV Bharat / state

ଦେବଗଡର ପରିଚୟ ପ୍ରଧାନପାଟ ଜଳପ୍ରପାତ - Deogarh

ଓଡିଶାର ସଂସ୍କୃତି ଓ ଐତିହ୍ୟ ଯେତିକି ପୁରୁଣା ସେତିକି ରମଣୀୟ । ଦେବାଦେବୀଙ୍କ ମନ୍ଦିର ଠାରୁ ଆରମ୍ଭ କରି ବିଭିନ୍ନ ଐତିହାସିକ ସ୍ଥାନ ପର୍ଯ୍ୟଟକଙ୍କୁ ବେଶ ଆକର୍ଷଣ କରିପାରିଛି ।

ଫଟୋ ସୌଜନ୍ୟ: ଟ୍ବିଟର@odisha_tourism
author img

By

Published : Mar 21, 2019, 8:47 AM IST

ଦେବଗଡ: ଜିଲ୍ଲାର ଐତିହ୍ୟ ଖୁବ ପୁରୁଣା । ଦିନେ ଏହି ସହର ପୁରାତନ ବାମଣ୍ଡା ରାଜ୍ୟର ରାଜଧାନୀ ଥିଲା । କଳା, ସଂସ୍କୃତି, ଶିକ୍ଷା ଓ ପର୍ଯ୍ୟଟନ ପାଇଁ ଓଡିଶାରେ ଏହାର ପରିଚୟ ସ୍ୱତନ୍ତ୍ର । ରାଜାରାଜୁଡାଙ୍କ କାଳ ହେଉ ଅବା ପ୍ରାକୃତିକ ନୈସର୍ଗିକ ସୌନ୍ଦର୍ଯ୍ୟ ପାଇଁ ଜିଲ୍ଲା ପର୍ଯ୍ୟଟକଙ୍କୁ ବେଶ ଆକର୍ଷଣ କରିପାରିଛି ।

ପୂର୍ବତନ ରାଜା ବାସୁଦେବ ସୁଢଲ ଦେବଙ୍କ ରାଜତ୍ୱକାଳକୁ ଏକ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ । ଓଡ଼ିଶାରେ ଶିକ୍ଷାର ଉନ୍ନତି ପାଇଁ ରାଜାଙ୍କ ଅବଦାନ କେହି ଭୁଲିପାରିବେ ନାହିଁ । ଘଞ୍ଚ ଜଙ୍ଗଲ ଓ ପାହାଡ ଭିତରେ ଦେଖିବାକୁ ମିଳେ ବହୁ ପର୍ଯ୍ୟଟନୀ ସ୍ଥଳୀ । ସଚ୍ଚିଦାନନ୍ଦ ପାଠାଗାର, ରାଜ ପ୍ରସାଦ, ଗୋପୀନାଥ ମନ୍ଦିର, ଗୋକର୍ଣ୍ଣେର୍ଶ୍ୱର ମନ୍ଦିର, ଦେଓଝର, କୈଳାଶ, କୁରୋଡକୋଟ ଓ ପ୍ରଧାନପାଟ ଜଳପ୍ରପାତ । କିନ୍ତୁ ଏସବୁ ଭିତରେ ବେଶ ଆକର୍ଷଣୀୟ ହୋଇପାରିଛି ପ୍ରଧାନପାଟ ଜଳପ୍ରାପାତ । ତେଣୁ ଏହି ସହର କୌଣସି ପ୍ରପାତ ନଗରୀରୁ କମ ନୁହେଁ ।

ଦେବଗଡ ସହରର ଉତ୍ତରରେ ଏକ କି.ମି.ଦୂରତାରେ ଅବସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପ୍ରଧାନପାଟ ଜଳପ୍ରପାତ । ଏହା ଏକ ଜଳପ୍ରପାତ ହୋଇଥିବା ବେଳେ 7ଟି ଜଳକୁଣ୍ଡ ଏଠାରେ ରହିଛି । ଚାରିଆଡେ ପାହାଡ ଆଉ ଘଞ୍ଚ ଜଙ୍ଗଲ । ଆଉ ମଝିରେ ବୋହିଯାଉଥିବା ଚିରସ୍ରୋତା ଝରଣା । ସତରେ ପ୍ରକୃତିର ଏହି ଦୃଶ୍ୟକୁ ଯିଏ ଦେଖିଛି, ସିଏ ବିମୋହିତ ହୋଇଛି । ସହରୀ ଦୁନିଆରୁ ଥରେ ବାହାରି ପ୍ରାକୃତିର କୋଳରେ ମଜା ନେବା ତାହାର ଅନୁଭବ କିଛି ଅଲଗା ଥାଏ ।

ତେବେ ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ସାଙ୍ଗକୁ କେତେକ ଦେବାଦେବୀଙ୍କ ମନ୍ଦିର ମଧ୍ୟ ରହିଛି । ମା' ପ୍ରଧାନୀଙ୍କ ମନ୍ଦିର । ଦେବଗଡର ଅଧିଷ୍ଠାତ୍ରୀ ଦେବୀ ମା ପ୍ରଧାନୀଙ୍କ ମନ୍ଦିର । ପ୍ରପାତର ଉପର ଭାଗରେ ଥିବା ଗୁମ୍ଫାକୁ ନେଇ ନାନା କିମ୍ବଦନ୍ତୀ ଶୁଣିବାକୁ ମିଳେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.