ETV Bharat / state

ପ୍ରଧାନପାଟ ଉତ୍ସବ 2020: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ - ପ୍ରଧାନପାଟ ଉତ୍ସବ 2020

ଦେବଗଡ ଜିଲ୍ଲା ସଂସ୍କୃତି ପରିଷଦରେ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି ପ୍ରଧାନପାଟ ଉତ୍ସବ 2020 । ସବୁଜ ଶାଳବଣ ପରିବେଷ୍ଟିତ ପ୍ରାକୃତିକ ପରିବେଶରେ ଏହି ଜିଲ୍ଲା ସ୍ତରୀୟ ଉତ୍ସବକୁ ବେଶ ଉପଭୋଗ କରୁଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ...

pradhanpat ustav
ପ୍ରଧାନପାଟ ଉତ୍ସବ 2020: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ
author img

By

Published : Feb 11, 2020, 11:02 AM IST

ଦେବଗଡ: ସହର ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଘାଟିତ ହୋଇଯାଇଛି ପ୍ରଧାନପାଟ ଉତ୍ସବ 2020 । ସବୁଜ ଶାଳବଣ ପରିବେଷ୍ଟିତ ପ୍ରାକୃତିକ ପରିବେଶରେ ଏହି ଜିଲ୍ଲା ସ୍ତରୀୟ ଉତ୍ସବକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକ ।

ପ୍ରଧାନପାଟ ଉତ୍ସବ 2020: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

ଦେବଗଡ ଜିଲ୍ଲା ସଂସ୍କୃତି ପରିଷଦରେ ଆନୁକୂଲ୍ୟରେ ଏହି ଉତ୍ସବ ଉଦଘାଟିତ ହୋଇଛି । ଉଦଘାଟନୀ ସମାରୋହରେ ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଏସପି ରାହୁଲ ଜୈନ ଓ ଡିଏଫଓ କ୍ଷମା ଷଡଙ୍ଗୀ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ସଂଖ୍ୟାରେ କଳାକାର ଯୋଗଦେଇ ସେମାନଙ୍କ ଅଭିନବ କଳା ପ୍ରଦର୍ଶନ କରିଥିଲେ ।

ଆଗାମୀ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ପ୍ରଧାନପାଟର ପ୍ରଥମ ସନ୍ଧ୍ୟାରେ ଗଞ୍ଜାମ ରଣପାର ଯୋଡିଶଙ୍ଖ , ଦିଲ ଡ୍ୟାନ୍ସ ଏକାଡେମୀ ଭୁବନେଶ୍ବରର ଓଡିଶୀ ନୃତ୍ୟ ମାହାରୀ, ନବରଙ୍ଗପୁରର ଢେମସା, ଜଗତସିଂହପୁରର ଘୋଡାନାଚ ଓ କ୍ରିଷ୍ଟି ଆସାମର ବିହୁନୃତ୍ୟ ଆଦି ଲୋକନୃତ୍ୟ ଆଦି ପରିବେଷିତ ହୋଇଥିଲା । ବିଶେଷ କରି ରାଜ୍ୟ ସରକାରଙ୍କ ପୁରସ୍କାର ପ୍ରାପ୍ତ ନବରଙ୍ଗପୁରର ଢେମସା ଲୋକନୃତ୍ୟ ଦର୍ଶକଙ୍କ ବେସ ମନଛୁଆଁ ହୋଇପାରିଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ମନଭରି ଉପଭୋଗ କରିଥିଲେ ।ଏହି ଅବସରରେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଫଳ ଓ ପୁଷ୍ପ ପ୍ରଦର୍ଶନୀ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ସହର ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ରେ ଉଦଘାଟିତ ହୋଇଯାଇଛି ଉତ୍ସବ ପ୍ରଧାନପାଟ 2020 । ସବୁଜ ଶାଳବଣ ପରିବେଷ୍ଟିତ ପ୍ରାକୃତିକ ପରିବେଶ ରେ ଏହି ଜିଲ୍ଲା ସ୍ତରୀୟ ଉତ୍ସବ କୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକ ।

Body:ଦେବଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆଜି ସୋମବାର ସ୍ଥାନୀୟ ପ୍ରଧାନପାଟ ଜଳପ୍ରପାତ ମୁକ୍ତାକାଶ ରଙ୍ଗମଞ୍ଚ ରେ ଉଦଘାଟିତ ହୋଇଯାଇଛି ଉତ୍ସବ ପ୍ରଧାନପାଟ 2020 । ଏହି ଉତ୍ସବ ର ଉଦଘାଟନୀ ସମାରୋହରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଏସପି ରାହୁଲ ଜୈନ ଓ ଡିଏଫଓ କ୍ଷମା ସଢଙ୍ଗୀ ଯୋଗଦେଇ ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସର ରେ ସ୍ଥାନୀୟ କନକ ଦୁର୍ଗା ମନ୍ଦିର ପ୍ରାଙ୍ଗଣ ରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ସାଂସ୍କୃତିକ ଶୋଭାଯାତ୍ରା କୁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଏସପି ରାହୁଲ ଜୈନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ବହୁ ସଂଖ୍ୟାରେ କଳାକାର ଯୋଗଦେଇ ସେମାନଙ୍କ ଅଭିନବ କଳା ପ୍ରଦର୍ଶନ କରିଥିଲେ ।

ଆଗାମୀ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ ପ୍ରଧାନପାଟ ର ପ୍ରଥମ ସନ୍ଧ୍ୟାରେ ଗଂଜାମ ରଣପା ର ଯୋଡିସଙ୍ଖ , ଦିଲ ଡେନ୍ସ ଏକାଡେମୀ ଭୁବନେଶ୍ୱର ର ଓଡିଶୀ ନୃତ୍ୟ ମାହାରୀ , ନବରଙ୍ଗପୁର ର ଢେମସା , ଜଗତସିଂହପୁର ର ଘୋଡାନାଚ ଓ କ୍ରିଷ୍ଟି ଆସାମ ର ବିହୁନୃତ୍ୟ ଆଦି ଲୋକନୃତ୍ୟ ଆଦି ପରିବେଷିତ ହୋଇଥିଲା । ବିଶେଷ କରି ରାଜ୍ୟ ସରକାର ଙ୍କ ପୁରସ୍କାର ପ୍ରାପ୍ତ ନବରଙ୍ଗପୁର ର ଢେମସା ଲୋକନୃତ୍ୟ ଦର୍ଶକ ଙ୍କ ବେସ ମନଛୁଆଁ ହୋଇପାରିଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବହୁ ସଂଖ୍ୟାରେ ଦର୍ଶକ ମନଭରି ଉପଭୋଗ କରିଥିଲେ ।

Conclusion:ଏହି ଅବସର ରେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଫଳ ଓ ପୁଷ୍ପ ପ୍ରଦର୍ଶନୀ ଦର୍ଶକ ଙ୍କୁ ବେଶ ଆକର୍ଷିତ କରିଥିଲା ।

Byte - କଳାକାର ( ଢେମସା ଲୋକନୃତ୍ୟ , ନବରଙ୍ଗପୁର )

ଦେବଗଡ଼ ରୁ ସରୋଜ ଶତପଥି ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.