ETV Bharat / state

ଲକଡାଉନରେ ଖାଦ୍ୟ ବଣ୍ଟନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ - କୋରୋନା ଅପଡେଟ

ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଗଣ୍ଡମ ଗାଁରେ ବୁଧବାର ପ୍ରଥମ ଥର ଗରିବ, ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟାଯାଇଥିଲା । ତେବେ ଏଥିରେ ପ୍ରସ୍ତୁତ ହିତାଧିକାରୀ ତାଲିକାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଅଧିକ ପଢନ୍ତୁ...

ଲକଡାଉନରେ ଖାଦ୍ୟ ବଣ୍ଟନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

author img

By

Published : Apr 1, 2020, 8:41 PM IST

ଦେବଗଡ: କୋରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା ହୋଇଛି । ଏହି ସମୟରେ ଗରିବ, ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ପ୍ରତ୍ୟେକ ଦିନ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ହେଲେ ଏଥିରେ ହିତାଧିକାରୀଙ୍କ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତିକୁ ନେଇ ଜିଲ୍ଲାର ତିଳେଇବଣି ବ୍ଲକ ଗଣ୍ଡମ ଗାଁରେ ଦେଖାଦେଇଛି ଅସନ୍ତୋଷ ।

ଲକଡାଉନରେ ଖାଦ୍ୟ ବଣ୍ଟନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଗଣ୍ଡମ ଗାଁରେ ବୁଧବାର ପ୍ରଥମ ଥର ଗରିବ, ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟାଯାଇଥିଲା । ତେବେ ଏଥିରେ ପ୍ରସ୍ତୁତ ହିତାଧିକାରୀ ତାଲିକାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଗାଁରେ ଥିବା ସମସ୍ତ ଗରିବ, ଅସହାୟ ପରିବାର ଓ ସେମାନଙ୍କ ଶିଶୁଙ୍କୁ ଏଥିରେ ସାମିଲ କରାନଯାଇ ମାତ୍ର 10 ଜଣଙ୍କୁ ତାଲିକା ଭୁକ୍ତ କରାଯାଇଥିଲା । ଯାହାକୁ ନେଇ ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ ଗାଁରେ ଥିବା ଗରିବ ଅସହାୟଙ୍କ ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାକୁ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ମାତ୍ର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଏଥିରେ ଅନ୍ୟ ଗରିବ ଓ ଅସହାୟ ଲୋକଙ୍କୁ ସାମିଲ କରିବାକୁ ରୋକଠୋକ ମନା କରିଦେବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ, ଗଣ୍ଡମ ଗାଁରୁ ଅନ୍ୟ ରାଜ୍ୟକୁ କାମ କରି ଯାଇଥିବା 6 ଜଣ ଶ୍ରମିକ କିଛିଦିନ ପୂର୍ବରୁ ଗାଁକୁ ଫେରିଥିଲେ । ହେଲେ ସେମାନଙ୍କୁ ପଞ୍ଚାୟତ କର୍ତ୍ତୃପକ୍ଷ କ୍ବାରେଣ୍ଟାଇନରେ ରଖୁନଥିବା କିମ୍ବା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଭୟ ଓ ଆତଙ୍କ ଦେଖାଦେଇଛି ।

ଏନେଇ ବୁଧବାର ଗଣ୍ଡମ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଲାଇମୁରା ଫାଣ୍ଡି ଅଧିକାରୀ ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାସହ ଏ ସମ୍ପର୍କରେ ପଞ୍ଚାୟତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.