ETV Bharat / state

BJP MLA Arrest: ବିଧାୟକ କହିଲେ ମିଛରେ ମେଡିକାଲରେ ଶୋଇଛନ୍ତି BDO

author img

By

Published : May 1, 2022, 4:34 PM IST

ତିଲେଇବଣି ବିଡ଼ିଓଙ୍କୁ ବିଜେପି ବିଧାୟକ ଓ ତାଙ୍କ ସମର୍ଥକ ମାଡ଼ ମାରିବା ଘଟଣା । ଏହା ଉପରେ ପ୍ରତିକ୍ରିୟା ରଖିଲେ ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ । ବ୍ଲକରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପାଇଁ ବିଡ଼ିଓ ସମୟ ନଦେବାରୁ ଓ ଲୋକଙ୍କ ସମସ୍ୟା ନଶୁଣିବାରୁ ତାଙ୍କ ସହିତ ଯୁକ୍ତିତର୍କ ହୋଇଛି ବୋଲି ବିଧାୟକ ପାଣିଗ୍ରାହୀ କହିଛନ୍ତି । ଅଧିକ ପଢନ୍ତୁ

ବିଡ଼ିଓଙ୍କୁ ମାଡ଼ ଘଟଣା: ପ୍ରତିକ୍ରିୟା ରଖିଲେ ବିଧାୟକ

ଦେବଗଡ: ତିଲେଇବଣି ବିଡ଼ିଓଙ୍କୁ ଭାରତୀୟ ଜନତା ପାର୍ଟି(BJP) ବିଧାୟକ ଓ ତାଙ୍କ ସମର୍ଥକ ମାଡ଼ ମାରିବା ଘଟଣା । ଏହା ଉପରେ ପ୍ରତିକ୍ରିୟା ରଖିଲେ ଦେବଗଡ ବିଧାୟକ(Deogarh MLA) ସୁବାଷ ଚନ୍ଦ୍ର ପାଣିଗ୍ରାହୀ । ବ୍ଲକରେ ଥିବା ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ BDO ସମୟ ନଦେବାରୁ ଓ ଲୋକଙ୍କ ସମସ୍ୟା ନଶୁଣିବାରୁ ତାଙ୍କ ସହିତ ଯୁକ୍ତିତର୍କ ହୋଇଛି ବୋଲି ବିଧାୟକ ପାଣିଗ୍ରାହୀ କହିଛନ୍ତି ।

ଏଥିସହ ମାଡ଼ ମାରିବା ଘଟଣା ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ସେ କହିବା ସହ ବିଡ଼ିଓଙ୍କ ମେଡ଼ିକାଲ ଟେଷ୍ଟ କରାଗଲେ ସତ ଜଣାପଡିବ । ସୂଚନା ଅନୁସାରେ, ଗତକାଲି(ଅପ୍ରେଲ ୩୦) ପୂର୍ବାହ୍ନରେ ତିଳେଇବଣି ବିଡ଼ିଓ (Tileibani BDO) କୃଷ୍ଣଚନ୍ଦ୍ର ଦଳପତି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏକ କେସର ଯୁଗ୍ମ ତଦନ୍ତ କରିବାକୁ ଛେପଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଳିଆଗୁଡି ଗ୍ରାମକୁ ଯାଇଥିବା ବେଳେ ସେଠାରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ୧୦ ଜଣ ସମର୍ଥକ ଯାଇ ବିଡ଼ିଓଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିବା ନେଇ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଅନ୍ୟପଟେ ବିଡ଼ିଓ କୃଷଚନ୍ଦ୍ର ଦଳପତି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ହତ୍ୟା ଧମକ ଦେବା ନେଇ ମଧ୍ୟ ଆଦର୍ଶ ଥାନାରେ ଆଉ ଏକ ଅଭିଯୋଗ ହୋଇଛି । କେଉଁ କାରଣରୁ ବିଡ଼ିଓ ଏବଂ ବିଧାୟକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ତାହା ଜଣାପଡିନି । ଏପଟେ ସତରେ କଣ ବିଧାୟକ ବିଡ଼ିଓଙ୍କୁ ମାଡ଼ ମାରିଛନ୍ତି ? ସେ ସମ୍ପର୍କରେ କୌଣସି ସଠିକ ତଥ୍ୟ ମିଳିପାରିନାହିଁ । ପୋଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ମାଡ ଅଭିଯୋଗକୁ ଖଣ୍ଡନ କରିବା ସହ BDO ମିଛରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୋଲି କହିଛନ୍ତି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.